Breaking PLUSମନୋରଞ୍ଜନମୁଖ୍ୟ ଖବର

ରାଜଧାନୀରେ ୧୪ଟି ଡ୍ୟାନ୍ସ ବାର ଖୋଲିବାକୁ ମିଳିଲା ଅନୁମତି

ରାଜଧାନୀରେ ୧୪ଟି ଡ୍ୟାନ୍ସ ବାର ଖୋଲିବା ପାଇଁ ଅବକାରୀ ବିଭାଗ ଅନୁମତି ଦେଇଛି । ଏଣିକି ରଙ୍ଗିନ ହେବ ରାଜଧାନୀର ରାତି । ରାତି ୧୨ଟା ପର୍ଯ୍ୟନ୍ତ ଜମିବ ନୃତ୍ୟ ଗୀତର ଆସର । କରୋନା ଯୋଗୁଁ ଦୁଇ ବର୍ଷ ହେଲା ଡ୍ୟାନ୍ସ ବାର ଉପରେ କଟକଣା ଲାଗୁ କରାଯାଇଥିଲା । ଏବେ ଅବକାରୀ ବିଭାଗର ଅନୁମତି ପରେ ଡ୍ୟାନ୍ସ ବାରରେ କାମ କରୁଥିବା କର୍ମଚାରୀ ଉତ୍ସାହିତ ଅଛନ୍ତି । ଡ୍ୟାନ୍ସ ବାର ବନ୍ଦ ଯୋଗୁଁ ରୋଜଗାର ହରାଇଥିବା କର୍ମଚାରୀ ଏବେ ପୁଣି ରୋଜଗାର ପାଇବେ । ହେଲେ ଡ୍ୟାନ୍ସ ବାର ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ୧୮ଟି ସର୍ତ ରଖାଯାଇଛି । ସର୍ତ ଉଲ୍ଲଂଘନ କଲେ ସଂପୃକ୍ତ ବାର ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ, ଏପରିକି ଲାଇସେନ୍ସ ମଧ୍ୟ ବାତିଲ କରାଯାଇପାରେ । ପ୍ରମୁଖ ସର୍ତ ଗୁଡିକ ହେଲା ବରରେ ସିସିଟିଭି କ୍ୟାମେରା ଲାଗିବା ବାଧ୍ୟତାମୂଳକ । ବାର ଗାର୍ଲମାନେ ଉତ୍ତେଜକ ପୋଷାକ ପିନ୍ଧିବେ ନାହିଁ । ଯେଉଁ ଷ୍ଟଜରେ ଗାର୍ଲମାନେ ନାଚିବେ ତା’ ଚାରିପଟେ ୩ ଫୁଟ ଉଚ୍ଚର ବାଡ ରହିବ । ଗ୍ରାହକ ଏବଂ ଡ୍ୟାନ୍ସ ଗର୍ଲମାନଙ୍କ ମଧ୍ୟରେ ଦୂରତା ରହିବ । ୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ ବାରରେ ଅନୁମତି ନାହିଁ । ଡ୍ୟାନ୍ସରମାନଙ୍କ ଉପରକୁ ଟଙ୍କା ଫୋପାଡିବା ମନା । ଏହାଛଡା ଡ୍ୟାନ୍ସ ବାର ଉପରେ ନଜର ରଖିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଂ କରିବାକୁ ଏକ ଟିମ ଗଠନ କରାଯିବ । କୌଣସି ସ୍ଥାନରେ ନିୟମ ଉଲ୍ଲଂଘନ ହେଲେ, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Show More

Related Articles

Back to top button