Breaking PLUSଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ଆଜି ସସପେଣ୍ଡ ହେଲେ ବିବାଦୀୟ ଆଇଏଏସ ପୂଜା ସିଂଘଲ

ବିଭିନ୍ନ ଦୁର୍ନୀତି ଅଭିଯୋଗରେ ୨ ଦିନର ମାରାଥନ ଜେରା ପରେ ପୂଜା ସିଂଘଲଙ୍କୁ ଗତକାଲି ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ଆଜି ସସପେଣ୍ଡ ହୋଇଛନ୍ତି ଏହି ବିବାଦୀୟ ଆଇଏଏସ ପୂଜା ସିଂଘଲ । ଝାଡଖଣ୍ଡ ସରକାର ତାଙ୍କୁ ନିଲମ୍ବନ କରିଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଖଣି ସହ ଉଦ୍ଦ୍ୟୋଗ ବିଭାଗର ସଚିବ ଥିବା ପୂଜାଙ୍କ ଘରୁ ବ୍ୟାପକ ଟଙ୍କା ଜବତ କରାଯାଇଥିଲା । ଏହା ପରେ ଇଡି ତାଙ୍କୁ ଏବଂ ତାଙ୍କର ସିଏଙ୍କୁ ଗିରଫ କରିଛି । ପୂଜା ସିଂଘଲ ଓ ତାଙ୍କର ବ୍ୟବସାୟୀ ସ୍ୱାମୀ ଅଭିଶେକ ଝାଙ୍କ ବିଭିନ୍ନ ଠିକଣାରେ ଏହି ମାସ ୬ ତାରିଖରେ ଇଡି ରେଡ୍ କରିଥିଲା । ଏହି ଅଭିଯୋଗରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କୁ ୭ ତାରିଖରେ ଗିରଫ କରାଯାଇଥିଲା । ପୂଜା ସିଂଘଲଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Show More

Related Articles

Back to top button