ଅପରାଧଆଇନ କାନୁନମୁଖ୍ୟ ଖବର

୧୩ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ : ଗିରଫ ହେଲେ କନଷ୍ଟେବଳ

ଭୁବନେଶ୍ୱର: ୧୩ ବର୍ଷର ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ କନଷ୍ଟେବଳ । ୪ ବର୍ଷ ହେଲା ଭିଡ଼ିଓ ବନାଇ ନାବାଳିକାକୁ ବ୍ଲାକମେଲ କରୁଥିଲେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ । ରଜନୀକାନ୍ତ ଗମାଙ୍ଗୋ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୋଲିସର ଏକ ଥାନାରେ କାର୍ୟ୍ୟରତ ଥିଲେ । ଚାଇଲ୍ଡଲାଇନଙ୍କ କହିବା ଅନୁସାରେ, ନାବାଳିକା ଜଣଙ୍କ ରଜନୀକାନ୍ତଙ୍କ ପଡ଼ୋଶୀଙ୍କ ସମ୍ପର୍କୀୟଙ୍କ ଝିଅ । ବର୍ତ୍ତମାନ ନାବାଳିକାଙ୍କ ବୟସ ୧୬ ବର୍ଷ । ସେ ଏକ ସରକାରୀ କଲେଜରେ ଏକାଦଶ ଶ୍ରେଣୀରେ ପାଠପଢୁଥିଲେ । କନଷ୍ଟେବଳ ଜଣକ ଛାତ୍ରୀଙ୍କୁ ଚକୋଲେଟ୍ ଚାଓମିନ ଦେବା ବାହାନାରେ ତାଙ୍କୁ ଛକକୁ ଡ଼ାକି ଅଶ୍ଳୀଳ ବ୍ୟବହାର କରିଥିଲେ । ଭିଡ଼ିଓ ବନାଇ ତାଙ୍କୁ ବ୍ଲାକମେଲିଂ କରୁଥିଲେ । ଭିଡ଼ିଓ ଡ଼ିଲିଟ୍ କରିବା ପାଇଁ ତାଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ କନଷ୍ଟେବଳ । ଏତେ ଗୁଡାଏ ଟଙ୍କା ଶୁଣି ନାବାଳିକାଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା । ଶେଷରେ ବାଧ୍ୟ ହୋଇ ଚାଲଡ଼ଲାଇନକୁ ଫୋନ କରି ଅଭିଯୋଗ କରିଥିଲେ ନାବାଳିକା । ଡ଼ିସିପି ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ପରେ ବର୍ତ୍ତମାନ କନଷ୍ଟେବଳଙ୍କୁ ଗିରଫ କରାଯାଇଛି ।

Show More

Related Articles

Back to top button