Breaking PLUSଦେଶମୁଖ୍ୟ ଖବର

ଖାଇକୁ ଖସିଲା କାର, 10 ମୃତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ସ୍ଥିତ ରାମବନ ଜିଲାରେ ଶୁକ୍ରବାର ଏକ କାର୍‌‌ ଖାଇକୁ ଖସି ୧୦ ଜଣଙ୍କ ଜୀବନ ଚାଲି ଯାଇଛି। ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଏହି କାର୍‌‌ଟି ଶ୍ରୀନଗରରୁ ଜମ୍ମୁ ଯାଉଥିଲା। ବିଳମ୍ବିତ ରାତି ପ୍ରାୟ ସାଢେ ଗୋଟାଏରେ କାର୍‌‌ଟି ୩୦୦ ଫୁଟ୍‌‌ ତଳକୁ ଗଭୀର ଖାଇକୁ ଖସି ପଡିଥିଲା। ଖବର ପାଇ ପୁଲିସ, ଉଦ୍ଧାରକାରୀ ଦଳ ଓ ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରବଳ ବର୍ଷା ହେଉଥିବା ସତ୍ତେ୍ୱ ୧୦ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ଘଟଣାର ତଦନ୍ତ ଜାରି ରହିଛି।

Show More

Related Articles

Back to top button