
ଜଗତସିଂହପୁରରୁ ଜବତ ହେଲା ବ୍ରାଉନସୁଗାର । ଜଗତସିଂହପୁର ଟାଉନ ଥାନା ପକ୍ଷରୁ ହାଟ ବଜାର ନିକଟରେ ବ୍ରାଉନସୁଗାର ଜବତ କରିଛି ଟାଉନ ଥାନା ପୋଲିସ । ଏଥିସହିତ ୩ଜଣଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ କାରବାର ଚାଲିଥିବା ସମୟରେ ଏହି ଚଢାଉ କରିଛି ପୋଲିସ୍ ।ସେହିଭଳି ଜଗତସିଂହପୁର ଅବକାରୀ ଓ ପାରାଦ୍ଵୀପ ଅବକାରୀ ବିଭାଗ ମିଳିତ ଉଦ୍ୟମରେ ଜଗତିଗଡା ନିକଟରେ ଚଢାଉ କରି ୪ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହିତ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି ।