ଓଡ଼ିଶାପୂଜା ପାର୍ବଣଭକ୍ତିମୁଖ୍ୟ ଖବର

ନଭେମ୍ବର ୬ରେ ବଡ଼ଓଷା, ୭ ତାରିଖ ସକାଳେ ମିଳିବ ଗଜଭୋଗ

ଆଠଗଡ଼ :  ଚଳିତ ବର୍ଷ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ନଭେମ୍ବର ୬ରେ ପାଳିତ ହେବ ବଡ଼ଓଷା । ୭ ତାରିଖ ସକାଳେ ମିଳିବ ଗଜଭୋଗ । ନଭେମ୍ବର ୯ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବାରୁ ୮ରେ କାର୍ତ୍ତିକ ବ୍ରତ ସମାପନ କରାଯିବ ବୋଲି ସୂଚନା ମିଳିଛି। ଧବଳେଶ୍ଵରଙ୍କ ପୀଠରେ ପଞ୍ଚୁକ ଓ ବଡ଼ଓଷା ପାଳନ ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ପୂଜକ ସମିତି ସଭାପତିଙ୍କ ସୂତ୍ରରୁ ମିଳିଥିବା ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବର ୧୦ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ ହେବ। ଏହାପରେ ନଭେମ୍ବର ୪ରୁ  ୮ ତାରିଖ ପର୍ଯ୍ୟନ୍ତ ପଞ୍ଚୁକ ବ୍ରତ ପାଳନ ହେବ। ନଭେମ୍ବର ୬ ତାରିଖ ରବିବାର ହେବ ବଡ଼ଓଷା । ୭ତାରିଖ ଦିନ ସକାଳେ ଗଜଭୋଗ ମିଳିବ । ସୂଚନାଅନୁସାରେ, ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ରତି ବର୍ଷ ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣମୀରେ ପ୍ରବଳ ଭିଡ ହୁଏ। ରାଜ୍ୟର ଦୂରଦୂରାନ୍ତରରୁ ଶ୍ରଦ୍ଧାଳୁ ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ କରିବାକୁ ଏଠାକୁ ଆସିଥାନ୍ତି।

Show More

Related Articles

Back to top button