Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ସମ୍ବଲପୁର ଛଟ୍ ପୂଜାରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପୂର୍ବରୁ ଆଜି ସକାଳୁ ସମ୍ବଲପୁରରେ ପହଞ୍ଚିଥିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋମବାର ସକାଳୁ ସମ୍ବଲପୁର ଷ୍ଟେସନରୁ ଓହ୍ଲାଇ ନିକଟରେ ହେଉଥିବା ଛଟ୍ ପୂଜାରେ ସେ ଯୋଗ ଦେଇଥିଲେ। ସମ୍ବଲପୁରର ବରେଇପାଲି ଓ ମନ୍ଦଲିଆଠାରେ ଛଟ୍ ପୂଜା ଚାଲିଥିଲା। ବିହାରୀ ସମ୍ପ୍ରଦାୟର ମହିଳାମାନେ ଏକାଠି ହୋଇ ସେଠାରେ ପୂଜାର୍ଚ୍ଚନା କରୁଥିଲେ। ପୂଜାସ୍ଥଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହେବା ସହିତ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ସହ ଆଲୋଚନା କରିଥିଲେ।