Breaking PLUSଦୁର୍ଘଟଣା

ଫିସିଂ ହାର୍ବରରେ ଘଟିଲା ବଡ଼ ଅଗ୍ନିକାଣ୍ଡ

ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଅବସ୍ଥିତ ମତ୍ସ୍ୟଜୀବୀ ବନ୍ଦରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବନ୍ଦରରେ ଥିବା ୨୫ ଟି ଯାନ୍ତ୍ରିକ ଡଙ୍ଗା ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଗତ ରବିବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିଲା ଯାହା ସୋମବାର ସକାଳ ପର୍ୟ୍ୟନ୍ତ ଜାରି ରହିଛି। ଏହି ପୁରା ଘଟଣାଟି ଏକ ଭିଡିଓ ମାଧ୍ୟମରେ ସାମ୍ନାକୁ ଆସିଛି ଯେଉଁଥିରେ ଡଙ୍ଗା ଜଳୁଥିବାର ଦେଖିବାକୁ ମିଳିବ । ମତ୍ସ୍ୟଜୀବୀମାନେ କହିଛନ୍ତି ଯେ ନିଆଁ ଗୋଟିଏ ଡଙ୍ଗାରୁ ଆରମ୍ଭ ହୋଇଥିଲା ଯାହା ଶୀଘ୍ର ଅନ୍ୟ ଡଙ୍ଗାକୁ ବ୍ୟାପିଥିଲା। ତେବେ ଡଙ୍ଗାରେ ରଖାଯାଇଥିବା ଏଲପିଜି ସିଲିଣ୍ଡରରେ ବିସ୍ଫୋରଣ ହୋଇ ଏହି ନିଆଁ ଲାଗିଛି ବୋଲି ଅନୁମାନ କରାଯାଉଛି । ସେଥି ମଧ୍ୟରେ ଅଧିକାଂଶ କାଠ ତିଆରି ଡଙ୍ଗା ଥିଲା ଏବଂ ସେଥିରେ ପ୍ଲାଷ୍ଟିକ ମଧ୍ୟ ରହିଥିଲା । ଏହି କାରଣରୁ ନିଆଁ ଆହୁରି ବିସ୍ତାର କରିଥିବା କୁହାଯାଉଛି । ନିଆଁ ଲାଗିବା ପରେ ବନ୍ଦରରେ ଉପସ୍ଥିତ ସ୍ଥାନୀୟ ମତ୍ସ୍ୟଜୀବୀମାନେ ତୁରନ୍ତ ସ୍ଥାନୀୟ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ତୁରନ୍ତ ସେଠାରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ତେବେ ଦୀର୍ଘ ୫ ଘଣ୍ଟ।।ର ଚେଷ୍ଟା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା । ତେବେ ଏହି ବିସ୍ଫୋରଣରେ ପ୍ରାୟ ୪୦ଟି ବୋଟ ଜଳି ପାଉଁଶ ହୋଇଥିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

Show More

Related Articles

Back to top button