Breaking PLUSଦେଶମୁଖ୍ୟ ଖବର

ମଥୁରା-ବୃନ୍ଦାବନରେ ପହଞ୍ଚି ବାଙ୍କେବିହାରୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ମଥୁରା- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ମଥୁରା ଗସ୍ତ କରିଛନ୍ତି । ବୃନ୍ଦାବନର ପବନ ହଂସ ଡେଲିପ୍ୟାଡରେ ତାଙ୍କ ହେଲିକପ୍ଟର ଅବତରଣ କରିଥିଲା । ଏଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ବାଙ୍କେ ବିହାରୀ ମନ୍ଦିର ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଗମନର ଘଣ୍ଟାଏ ପୂର୍ବରୁ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୃନ୍ଦାବନ ଗସ୍ତ କରିଛନ୍ତି । ଆସନ୍ତା ନଭେମ୍ବର 23ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃନ୍ଦାବନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ପିଏମଙ୍କ ଆଗମନର ପ୍ରସ୍ତୁତିର ନିରୀକ୍ଷଣ କରିଛନ୍ତି ଯୋଗୀ । ବୃନ୍ଦାବନରେ ଅନୁଧ୍ୟାନରେ ଯୋଗୀ ମଥୁରା ଗସ୍ତ କରିଥିଲେ । ଏଠାରେ ସେ ରେଲୱେ ମୈଦାନରେ ବ୍ରଜ ରଜ ଉତ୍ସବରେ ପିଏମ ମୋଦିଙ୍କ ଆଗମନର ପ୍ରସ୍ତୁତି ଅନୁଧ୍ୟାନ କରିବା ସହ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Show More

Related Articles

Back to top button