ଓଡ଼ିଶାଭକ୍ତି

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାମନ ଜନ୍ମ ନୀତିକାନ୍ତି

ଆଜି ଅର୍ଥାତ ମଙ୍ଗଳବାର ଭାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହେବ ବାମନ ଜନ୍ମ ନୀତି । ଏହି ଦିନ ଅଦିତିଙ୍କଠାରୁ ବାମନ ଜନ୍ମ ହୋଇଥିବାରୁ ଏହାର ସ୍ମୃତି ସ୍ବରୂପ ଦ୍ବିପହର ଧୂପ ପରେ ପରେ ଏହି ନୀତି ପାଳନ କରଯାଇଥାଏ । ଏହି ଅବସରରେ ଦକ୍ଷିଣ ଘରୁ ମଦନମୋହନ ରତ୍ନ ସିଂହାସନକୁ ବିଜେ କରିବା ପରେ ରତ୍ନ ଭଣ୍ତାର ନିକଟକୁ ଆସିଥାନ୍ତି । ଜୟ ବିଜୟ ଦ୍ବାର ବନ୍ଦ କରାଯାଇ ପୂଜାପଣ୍ତା ସାମନ୍ତ ବାମନଙ୍କ ସୁବର୍ଣ୍ଣ ପ୍ରତିମାରେ ଏହି ଜନ୍ମ ନୀତି ପାଳନ କରିଥାନ୍ତି । ଅନ୍ୟପଟେ ଆଜି ଗଜପତିଙ୍କ ଶ୍ରୀନହରରେ ସୁନିଆଁ ପର୍ବ ମଧ୍ୟ ଅନୁଷ୍ଠିତ ହେବ । କେବଳ ଏତିକି ନୁହେଁ ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହେବ ୧୪୩୧ ସାଲ । ଏହି ଅବସରରେ ସନ୍ଧ୍ୟାରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ। ଗଜପତି ମହାରାଜାଙ୍କର ୬୬ ଅଙ୍କ ଆରମ୍ଭ ହେବ । ଜାତକ ଓ ପାଞ୍ଜି ଅଙ୍କ ଗଣନାର ରହିଛି ବିଶେଷ ମହତ୍ୱ ରହିଛି। ଏହି ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଶ୍ୟାମାକାଳୀ,କନକ ଦୁର୍ଗା, ରାଧାକୃଷ୍ଣ, ନୃସିଂହ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିବେ ଗଜପତି ମହାରାଜ । ତେବେ ଗଜପତିଙ୍କର ଏହି ପୂଜାକୁ ‘ଦେବାର୍ଚ୍ଚନା’ ବୋଲି କୁହାଯାଏ। ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନହରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହେବ । ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନୀତି ସମ୍ପାଦନ କରାଯିବ । ଏହି ଅବସରରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବ । ରାଜଗୁରୁଙ୍କ ଉପସ୍ଥିତିରେ ଲକ୍ଷ୍ମୀ ନୃସିଂହ ଓ ବରାହ ନୃସିଂହ ଆଦି ଦେବା ଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିବେ ।ସୂଚନା ଅନୁସାରେ ଭକ୍ତଙ୍କ ଲାଗି ଶ୍ରମନ୍ଦିର ଚାରିଦ୍ୱାର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲି ସ୍ୱର୍ଣ୍ଣାଳଙ୍କାରର ମଣତି କରିବା ଦାବିରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡ଼ାକରା ଦେଇଥିଲା ଜଗନ୍ନାଥ ସେନା। ମାତ୍ର ପରେ ଶ୍ରୀ ଜଗନ୍ନାଥ ସେନା ଏହି ବନ୍ଦ ଡାକରାରୁ ଓହରିଯାଇଛି । ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡିଶା ବନ୍ଦ ଆନ୍ଦୋଳନକୁ ସ୍ଥଗିତ କରାଯାଇଛି। ରବିବାର ଦିନ ବସିଥିବା ବୈଠକ ବିଫଳ ହେବା ପରେ ସୋମବାର ଦିନ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ସହ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଲିଖିତ ପ୍ରତିଶୃତି ଦେବା ପରେ ବନ୍ଦ ଡାକରାରୁ ଓହରିଥିଲା ଶ୍ରୀ ଜଗନ୍ନାଥ ସେନା ।ସେପଟେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବା କାରଣରୁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାଡ଼ ହୋଇଯାଛି। ଏଣୁ ଚାରିଦ୍ୱାର ପ୍ରବେଶ ଭକ୍ତଙ୍କ ଲାଗି ବିପଦ ସୃଷ୍ଟି କରିପାରେ । ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନ୍ତତଃ ପରିକ୍ରମା ପ୍ରକଳ୍ପ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛି ଜଗନ୍ନାଥ ସେନା।

Show More

Related Articles

Back to top button