Breaking PLUSଅପରାଧଓଡ଼ିଶା

ରାସ୍ତା କଡ଼ରୁ ଉଦ୍ଧାର ହେଲା ଗର୍ଭବତୀଙ୍କ ମୃତ ଦେହ

ରାସ୍ତା କଡ଼ରୁ ଉଦ୍ଧାର ହେଲା ଗର୍ଭବତୀଙ୍କ ମୃତ ଦେହ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତରେ । ସୂଚନା ଅନୁଯାୟୀ, ମୃତ ମହିଳା ଜଣକଙ୍କ ଘର ନପଙ୍ଗରେ । କିଛି ଦିନ ତଳେ ମହିଳା ଜଣଙ୍କର ପ୍ରେମ ବିବାହ ହୋଇଥିଲା । ତେବେ ଆଜି ସକାଳେ ମହିଳାଙ୍କର ମୃତ ଦେହ ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତର କବି ସାହିର ରାସ୍ତା କଡରୁ ମିଳିଥିଲା । ଏପରି ଏକ ଘଟଣା ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହେଲେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି । ମୃତ୍ୟୁ ସମୟରେ ମହିଳା ଜଣକ ଗର୍ଭବତୀ ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button