ବାଣିଜ୍ୟ

ଯୁଦ୍ଧ ପାଇଁ ବଢିବାରେ ଲାଗିଛି ସୁନା ଦର

ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ହେବା ଫଳରେ ଦିନକୁ ଦିନ ସୁନାର ମୂଲ୍ୟ ବଢିବାରେ ଲାଗିଛି । ପାର୍ବଣ ଋତୁରେ ଗ୍ରାହକ ସୁନା କିଣିବାକୁ ଇଚ୍ଛୁକ ଥିବା ବେଳେ ଏବେ ସେମାନେ ଚିନ୍ତାରେ ପଡିଛନ୍ତି । ଆଗକୁ ଧନତେରସ ଆସୁଥିବା ଯୋଗୁଁ ଲୋକେ ଅନେକ କିଛି କିଣିବା ପାଇଁ ମନବଳାଇଥିବା ବେଳେ ବର୍ତ୍ତମାନର ସୁନା ଦର ଉପରେ ଇସ୍ରାଏଲ ଓ ହମାସ ମଧ୍ୟ ଚାଲିଥିବା ଯୁଦ୍ଧର ପ୍ରଭାବ ପଡିଛି । ତେବେ ସୁନା କିଣିବା ପାଇଁ ଲୋକଙ୍କ ମନରେ ଆଗ୍ରହ ଥିବା ସତ୍ତ୍ୱେ, ସେମାନେ ସୁନା କିଣିବା ପାଇଁ ଏବେ ପଛଘୁଞ୍ଚା ଦେଉଛନ୍ତି । କାରଣ ଏହି ଯୁଦ୍ଧ ଯୋଗୁଁ ସୁନା ଓ ରୂପା ଉଭୟ ମୂଲ୍ୟରେ ବୃଦ୍ଧି ହୋଇଛି । ଆଜି ସୁନା ଓ ରୂପାର ଦର ସାମାନ୍ୟ ବୃଦ୍ଧି ପାଇଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୫, ୪୦୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୬୦,୪୪୦ଟଙ୍କା ହୋଇଛି । ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବି ଆଜି ୨୨କ୍ୟାରେଟ ସୁନାର ମୂଲ୍ୟ ୫୫, ୪୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୬୦,୪୫୦ଟଙ୍କା ରହିଛି । ସେହିଭଳି ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ତେବେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୫,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୬୦,୬୦୦ଟଙ୍କା ହୋଇଥିବାର ରେକର୍ଡ କରାଯାଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ମଧ୍ୟ ୨୨ କ୍ୟାରେଟ ସୁନାର ମୂଲ୍ୟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଯଥାକ୍ରମେ ୫୫,୪୦୦ ଟଙ୍କା ଓ ୬୦,୪୪୦ ଟଙ୍କା ରହିଛି । ସେହିଭଳି ଭାରତର ପ୍ରମୁଖ ସହର ମୁମ୍ବାଇରେ ବି ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୫,୪୦୦ଟଙ୍କା ଓ ୬୦,୪୪୦ ଟଙ୍କା ଥିବାର ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହାର ଦର ଯଥାକ୍ରମେ ୫୫,୫୫୦ ଟଙ୍କା ଓ ୬୦,୫୯୦ ଟଙ୍କା ଥିବାର ଆକଳନ କରାଯାଇଛି । ସୁନା ଭଳି ରୁପାର ମୂଲ୍ୟ ବି ୧ କିଲୋଗ୍ରାମ ପ୍ରତି ୭୪,୧୦୦ ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି ।

Show More

Related Articles

Back to top button