ବାଣିଜ୍ୟ

ଜାଣନ୍ତୁ ଆଜିକାର ପେଟ୍ରୋଲ ଓ ଡିଜେଲର ଦର

ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ଅର୍ଥାତ୍ ଅକ୍ଟୋବର ୧୫ ପାଇଁ ନୂଆ ଦର ପ୍ରକାଶ କରିଛନ୍ତି।ଗତ କିଛି ଦିନ ହେବ ଅଶୋଧିତ ତେଲର ମୂଲ୍ୟରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳୁଛି। ଏପରି ପରିସ୍ଥିତିରେ, ଏହା ଆପଣଙ୍କ ପକେଟରେ କ’ଣ ପ୍ରଭାବ ପକାଇବ ତାହା ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହରରେ ଭିନ୍ନ ଭିନ୍ନ ଦେଖିବାକୁ ମିଳୁଛି। ଆହୁରି ମଧ୍ୟ, ସେମାନଙ୍କର ମୂଲ୍ୟ ଅନେକ କାରଣ ଉପରେ ସ୍ଥିର ହୋଇଛି। ତେଲ ଦରରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସେହିପରି ଦେଶର ପ୍ରମୁଖ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ଜାତୀୟ ରାଜଧାନୀରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି। ଅନ୍ୟପଟେ କଲିକତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୦୩ ପଇସା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୭୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୭୭ ପଇସା ଥିବା ରହିଥିବା ବେଳେ ଡିଜେଲ ଦାମ ୯୪ ଟଙ୍କା ୩୭ ପଇସା ରହିଛି।
ଆଉ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି।

Show More

Related Articles

Back to top button