ଓଡ଼ିଶାମୁଖ୍ୟ ଖବର

ଭୂବନେଶ୍ୱର ଜିତିଲା ଏକ ନମ୍ବର ସ୍ମାର୍ଟ ସିଟିର ପୁରସ୍କାର

ସର୍ବଭାରତୀୟ ସ୍ତରରେ ଆଉଥରେ ଇଷ୍ଟର୍ଣ୍ଣ ଜୋନ୍ ରେ ଏକ ନମ୍ବର ସ୍ମାର୍ଟ ସିଟିର ପୁରସ୍କାର ଜିତିଲା ଭୂବନେଶ୍ୱର ନଗର ନିଗମ। କେନ୍ଦ୍ର ସରକାରଙ୍କ ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଳାୟ ଦ୍ୱାରା କରାଯାଉଥିବା ଭାରତୀୟ ସ୍ମାର୍ଟ ସିଟି ପୁରସ୍କାର ପ୍ରତିଯୋଗିତା ୨୦୨୨ ରେ ଭୂବନେଶ୍ୱର ପୁର୍ବାଞ୍ଚଳରେ ଏକ ନମ୍ବର ସ୍ଥାନ ହାସଲ କରିଛି। ସୁଚନା ଅନୁସାରେ ସେପ୍ଟେମ୍ବର ୨୭ ତାରିଖରେ ରାଷ୍ଟ୍ରପତି ଦୌପଦି ମୁର୍ମୁ ବିଜୟୀ ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ।

୨୫ ଜୁନ୍ ୨୦୧୫ ରେ ଆରମ୍ଭ ହୋଇଥିବା ସ୍ମାର୍ଟ ସିଟି ମିଶନ୍ ଦେଶର ମୂଳ ଭିତ୍ତିଭୂମି, ସ୍ୱଚ୍ଛ ଏବଂ ସ୍ଥାୟୀ ପରିବେଶ ଏବଂ ‘ସ୍ମାର୍ଟ ସମାଧାନ’ର ପ୍ରୟୋଗ ମାଧ୍ୟମରେ  ନାଗରିକମାନଙ୍କୁ ଏକ ଭଲ ଜୀବନଶୈଳୀ ଯୋଗାଇବା ଲକ୍ଷ୍ୟରେ ରଖିଥିଲା। ଯାହା ଫଳରେ ଏହି ଯୋଜନା ମାଧ୍ୟମରେ ୩୦ ଜୁନ୍ ୨୦୨୩ ସୁଦ୍ଧା ଦେଶର ବିଭିନ୍ନ ସହରରେ ପ୍ରାୟ  ୬୭% ପ୍ରୋଜେକ୍ଟ କାର୍ଯ୍ୟ ଶେଷ ହୋଇଥିବା ବେଳେ ୧,୧୦,୬୩୫ କୋଟି ଟଙ୍କାର କାର୍ଯ୍ୟ ହୋଇଛି।

ଏହି ମିଶନରେ ହାସଲ ହୋଇଥିବା ସବୁଠାରୁ ଉଲ୍ଲେଖନୀୟ ସଫଳତା ହେଉଛି ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର୍ସ (ଆଇସିସିସି) ଯାହା ସମସ୍ତ ୧୦୦ ସ୍ମାର୍ଟ ସିଟିରେ କାର୍ଯ୍ୟକ୍ଷମ ହୋଇଛି । ସହର ପରିଚାଳନା ପାଇଁ ଟେକ୍ନୋଲୋଜି ବ୍ୟବହାର କରି ଏହି ଆଇସିସିସି ଗୁଡ଼ିକ ସହରର କାର୍ଯ୍ୟ ପାଇଁ ମସ୍ତିଷ୍କ ଏବଂ ସ୍ନାୟୁ ଭଳି ଗୋଟିଏ ସ୍ଥାନରୁ ସମସ୍ତ କାର୍ଯ୍ୟର ପରିଚାଳନା କରେ। ଯାହାଦ୍ୱାର ଅପରାଧ ଟ୍ରାକିଂ, ନାଗରିକଙ୍କ ସୁରକ୍ଷା ଏବଂ ନିରାପତ୍ତା, ପରିବହନ ପରିଚାଳନା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଜଳ ଯୋଗାଣ, ବିପର୍ଯ୍ୟୟ ପରିଚାଳନା ଭଳି ବିଭିନ୍ନ କ୍ଷେତ୍ରରେ ସହରାଞ୍ଚଳ ସେବାରେ ଯଥେଷ୍ଟ ଉନ୍ନତି ହୋଇଛି । ସେହିପରି ଏହି ୧୦୦ ସ୍ମାର୍ଟ ସିଟିରେ ଯୋଗାଯୋଗ, ଶକ୍ତି, ଜଳ ସହ ଜଡିତ ବିଭିନ୍ନ କ୍ଷେତ୍ରଗୁଡିକରେ ବିଭିନ୍ନ ପ୍ରକଳ୍ପ ହାତକୁ ନେଇ ସପଳତାର ସହିତ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି ।

Show More

Related Articles

Back to top button