Breaking PLUSଅପରାଧମୁଖ୍ୟ ଖବର

ଭୁବନେଶ୍ୱରର ହଷ୍ଟେଲରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗତ କିଛି ଦିନହେବ ଖାଲି ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସୁଥିବାବେଳେ ଆଜି ମଧ୍ୟ ଆଉ ଏକ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏପରି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଛାତ୍ରୀ ଜଣଙ୍କ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜରେ ରହି ପାଠ ପଢ଼ୁଥିଲେ। ସେ ଡେଣ୍ଟାଲ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ। ମୃତ ଛାତ୍ରୀଙ୍କ ଘର ପଶ୍ଚିମବଙ୍ଗ ହୁଗୁଳିରେ ବୋଲି ଜଣାପଡ଼ିଛି। ଛାତ୍ରୀ ଜଣଙ୍କ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତା’ର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି। କେଉଁ କାରଣ ପାଇଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ସେନେଇ ହଷ୍ଟେଲରେ ରହୁଥିବା ଅନ୍ୟ ଡାକ୍ତରୀ ଛାତ୍ରଛାତ୍ରୀ଼ଙ୍କୁ ପଚରାଉଚରା କରୁଛି ଓ ଘଟଣାର ଖୋଳତାଡ କରୁଛି।

Show More

Related Articles

Back to top button