Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର
Trending

ଭାରତ ଓ ଆମେରିକା ମିଳିତ ହୋଇ ଯୁଦ୍ଧ ବିମାନ ପ୍ରସ୍ତୁତ କରିବେ।

ଭାରତ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବିମାନ ଇଞ୍ଜିନ୍ ଚୁକ୍ତିକୁ ଅନୁମୋଦନ କରାଯାଇଛି । ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ ଉତ୍ପାଦନ ପାଇଁ ଭାରତର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଏବଂ ଆମେରିକାର ଜିଓ ଏରୋସ୍ପେସ୍ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା । ଏହି ଚୁକ୍ତିନାମା ଅନୁମୋଦନ ସହିତ ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀ ଆହୁରି ମଜବୁତ ହେବ ବୋଲି ସୂଚନା ମିଳିଛି।
ଚଳିତ ବର୍ଷ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତରେ ଯାଇଥିଲେ। ଆଉ ଏହି ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା । ବାଇଡେନ ସରକାରଙ୍କର ଏହି ଚୁକ୍ତିକୁ ଆମେରିକା ସାଂସଦ ଅନୁମୋଦନ କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ ଆମେରିକା ଟେକ୍ନୋଲୋଜି ଟ୍ରାନ୍ସଫର, ଜେଟ ଇଞ୍ଜିନ ଉତ୍ପାଦନ ଏବଂ ଲାଇସେନ୍ସ ସମ୍ବନ୍ଧରେ ଭାରତ ସହିତ ଏକ ରାଜିନାମା ସ୍ବାକ୍ଷର କରିଥିଲା ଯେଉଁଥିରେ ଉଲ୍ଲେଖ ଥିଲା ଯେ ଆମେରିକା ଭାରତକୁ ଟେକ୍ନୋଲୋଜି ସ୍ଥାନାନ୍ତର କରିବ।
ଜିଇ ଏରୋସ୍ପେସ୍ କମ୍ପାନୀ F-414 ଯୁଦ୍ଧ ବିମାନ ଇଞ୍ଜିନ ଉତ୍ପାଦନ ପାଇଁ ଏହାର 80 ପ୍ରତିଶତ ଟେକ୍ନୋଲୋଜି ଭାରତକୁ ହସ୍ତାନ୍ତର କରିବା ସହ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (LCA) MKII ର ଦକ୍ଷତା ବୃଦ୍ଧି ପାଇଁ  ଟେକ୍ନୋଲୋଜି ଟ୍ରାନ୍ସଫର ହେବ  । ଏହି ଯୁଦ୍ଧ ବିମାନ ଇଞ୍ଜିନଗୁଡ଼ିକ ‘ତେଜସ୍ ମାର୍କ-୨’ ପାଇଁ ଉଦ୍ଧିଷ୍ଟ।  ମାର୍କ-୨ ହେଉଛି ତେଜସର ପରିବର୍ତ୍ତିତ ଉନ୍ନତ ମଡେଲ୍ ଏବଂ ଏଥିରେ  GE-F414 ଇଞ୍ଜିନ୍ ଲାଗିବ । ଆଉ ଏହି ସହଭାଗିତାକୁ HAL ର ମୁଖ୍ୟ ସିବି ଅନନ୍ତକୃଷ୍ଣନ୍ ଏକ ‘ଗେମ ଚେଞ୍ଜର୍’ ଭାବରେ ପ୍ରଶଂସା କରିଛନ୍ତି  ।କାରଣ ଏହା ଭବିଷ୍ୟତରେ ସ୍ୱଦେଶୀ ଇଞ୍ଜିନ୍ ପାଇଁ ଆଧାର ସୃଷ୍ଟି କରିବ ଯାହା ସାମରିକ ଜେଟ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହେବ । ଏହି ଚୁକ୍ତି ଅନୁଯାୟୀ 99 ଟି ଜେଟ ଇଞ୍ଜିନ୍ ଉତ୍ପାଦନ ହେବ । ଯାହା ଟେକ୍ନୋଲୋଜି ସ୍ଥାନାନ୍ତର ହେତୁ କମ୍ ମହଙ୍ଗା ହେବ । ତେବେ F-414 ଇଞ୍ଜିନ୍ ସେମାନଙ୍କର ପ୍ରଦର୍ଶନ ଏବଂ କାର୍ଯ୍ୟଦକ୍ଷତା ପାଇଁ ପ୍ରସିଦ୍ଧ । କେବଳ ଏତିକି ନୁହେଁ ଜିଇ ଏରୋସ୍ପେସ୍ କମ୍ପାନୀ ଚାରି ଦଶନ୍ଧି ଧରି ଭାରତରେ କାର୍ଯ୍ୟ କରିଆସୁଛି ।  ଏହି ଡିଲର ଅନୁମୋଦନ ପରେ କମ୍ପାନୀ ବର୍ତ୍ତମାନ ଇଞ୍ଜିନ ଉତ୍ପାଦନ, ଆଭିଏନିକ୍ସ, ସେବା, ଇଞ୍ଜିନିୟରିଂ, ଉତ୍ପାଦନ ଏବଂ ସ୍ଥାନୀୟ ରୋଜଗାର ବୃଦ୍ଧିରେ ସହାୟତା ମଧ୍ୟ କରିବ ।
ବିଶେଷଜ୍ଞମାନେ କହିଛନ୍ତି ଯେ ଏକ ସମୟରେ ପାକିସ୍ତାନ ଏବଂ ଚୀନ୍ ବିରୋଧରେ ଯୁଦ୍ଧ ପାଇଁ ଭାରତକୁ ଅତି କମରେ 756 ଯୁଦ୍ଧ ବିମାନ କିମ୍ବା 42 ଟି ସ୍କାଡ୍ରନ୍ ଆବଶ୍ୟକତା ରହିଛି । ବର୍ତ୍ତମାନ ବାୟୁସେନାରେ ପ୍ରାୟ 560 ଟି ବିମାନ ଅଛି । ଆହୁରି 196 ଯୁଦ୍ଧ ବିମାନର ଆବଶ୍ୟକତା ରହିଛି । ତେଣୁ ଏହି ଚୁକ୍ତିନାମା ପରେ ଭାରତ ଯୁଦ୍ଧ ବିମାନ ସଂଖ୍ୟାରେ ଶୀଘ୍ର ବୃଦ୍ଧି ଘଟିବ ।
Show More

Related Articles

Back to top button