Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିରୋଧୀଙ୍କ ମୁଣ୍ଡ ଖରାପ ହୋଇଗଲାଣି ‘ପରିବହନ ମନ୍ତ୍ରୀ ଟୁକୁନି ସାହୁ’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଉନ୍ନତି ମୂଳକ କାର୍ୟ୍ୟ ଅନୁଧ୍ୟାନ କରିବା ସହ ପ୍ରତି ଜିଲ୍ଲାକୁ ଯାଇ ଅଭିଯୋଗ ପତ୍ର ଗ୍ରହଣ କରୁଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ତେବେ ଗତ କିଛି ଦିନ ହେବ ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରିବା ସହ ତାଙ୍କର ଖର୍ଚ୍ଚ ସମ୍ପର୍କରେ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି ବିରୋଧୀ । ବିଶେଷକରି ୫ଟି ସଚିବଙ୍କ ହେଲିକପ୍ଟର ଗସ୍ତରେ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି ।


ଯାହାର ଜବାବ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଆସନ୍ତା ବିଧାନସଭା ଅଧିବେଶନରେ ମୁଁ ଏ ବାବଦରେ ସବୁ ତଥ୍ୟ ରଖିବି ବୋଲି ମଧ୍ୟ ସୂଚନା ଦେଇଛନ୍ତି । ମନ୍ତ୍ରୀ ଟୁକୁନି ସାହୁ ଟ୍ୱିଟ୍‌ କରି ସେ ଲେଖିଛନ୍ତି ଯେ, ‘କୁଚକ୍ରୀ ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଯେଉଁଭଳି ଭାବେ ଲୋକଙ୍କ ସମସ୍ୟା ବୁଝି ସମାଧାନ କରୁଛି ତାହା ଦେଖି ସେମାନଙ୍କର ମୁଣ୍ଡ କାମ କରୁନି। ଏମାନେ ଚାହୁଁନଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ, ସେଥିପାଇଁ ବିଭ୍ରାନ୍ତିକର ବକ୍ତବ୍ୟ ଦେଇଚାଲିଛନ୍ତି ।’
ଆସନ୍ତା ବିଧାନସଭା ଅଧିବେଶନରେ ମୁଁ ଏବାବଦରେ ସବୁ ତଥ୍ୟ ରଖିବି । ସେତେବେଳେ ଏମାନଙ୍କର ସବୁ ମିଥ୍ୟା ପ୍ରଚାର ଧରାପଡିଯିବ ଓ ମୁଖା ଖୋଲିଯିବ । ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏପରି ମିଥ୍ୟା ପ୍ରଚାର କରୁଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା ଦରକାର ବୋଲି ମନ୍ତ୍ରୀ ଟୁକୁନି ସାହୁ ନିଜର ଟୁଇଟ ମାଧ୍ୟମରେ କହିଛନ୍ତି ।

Show More

Related Articles

Back to top button