Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

କୋଲକାତାରେ କାୟା ମେଲାଇଛି ଡେଙ୍ଗୁ, 15ଦିନରେ ଦୁଇଗୁଣା ବଢିଛି ସଂଖ୍ୟା

କୋଲକାତା: କୋଲକାତାରେ କାୟା ବିସ୍ତାର କରିଛି ଡେଙ୍ଗୁ । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଡେଙ୍ଗୁ ସଂକ୍ରମଣ ମାମଲା ବଢିଚାଲିଛି । ଗତ 15ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣା ବୃଦ୍ଧିପାଇଛି ।

କୋଲକାତାର ଘରୋଇ ସ୍ୱାସ୍ଥ୍ୟ ସେବା ୟୁନିଟର ବରିଷ୍ଠ ଅଧିକାରୀ ଏବଂ ଡାକ୍ତରମାନେ କହିଛନ୍ତି ଯେ, ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଛି । ଜଣେ ଅଧିକାରୀଙ୍କ ସୂଚନା ମୁତାବକ ଜାନୁୟାରୀରୁ ଏବେ ସୁଦ୍ଧା 14ଶହ ଲୋକ ଡେଙ୍ଗୁରେ ପୀଡିତ ହୋଇଛନ୍ତି । ଅଗଷ୍ଟ ଦ୍ୱିତୀୟ ସପ୍ତାହରେ 7ଶହ ମାମଲା ସାମ୍ନାକୁ ଆସିଛି ।

ଅନ୍ୟପଟେ କେଏମସି କିମ୍ବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ସଂକ୍ରମଣ ନେଇ କୌଣସି ତଥ୍ୟ ଜାରି କରାଯାଇନାହିଁ । ତେବେ କିଛି ଅଧିକାରୀ ନିଜର ନାମ ଗୋପନ ରଖି ଡେଙ୍ଗୁ ସଂକ୍ରମଣ ନେଇ ତଥ୍ୟ ଦେଇଛନ୍ତି । ଡେଙ୍ଗୁରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ଏନେଇ କୌଣସି ସରକାରୀ ତଥ୍ୟ ନାହିଁ । କିନ୍ତୁ ଡେଙ୍ଗୁରେ 12ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି ।

Show More

Related Articles

Back to top button