ଦେଶମୁଖ୍ୟ ଖବର

ବିପିଏଲ୍ କାର୍ଡ ଧାରୀଙ୍କ ପାଇଁ ଖୁସି ଖବର । ଆହୁରି ଶସ୍ତାରେ ମିଳିବ LPG

କେନ୍ଦ୍ର ସରକାର ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ମା ଓ ଭଉଣୀମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛନ୍ତି। ମୋଦୀ ସରକାରଙ୍କ ଉଜ୍ଜ୍ୱଳା ଯୋଜନା ଅନୁଯାୟୀ ହିତାଧିକାରୀଙ୍କୁ ୨୦୦ ଟଙ୍କା ରିହାତି ମୂଲ୍ୟରେ ଏଲପିଜି ଗ୍ୟାସ ସିଲିଣ୍ଡର ଦେବାକୁ କହିଛନ୍ତି। ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଯେ ଏହି ଯୋଜନାର ହିତାଧିକାରୀ କିଏ ହେବେ? ୨୦୦ ଟଙ୍କା ରିହାତି ମୂଲ୍ୟରେ ସିଲିଣ୍ଡର କିଏ ପାଇବ? ୨୦୧୬ ରେ କେନ୍ଦ୍ରରେ ମୋଦୀ ସରକାର ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ। ଆଉ ଏହି ଯୋଜନା ଅନୁସାରେ ପ୍ରତ୍ୟେକ ସିଲିଣ୍ଡର ଉପରେ କେନ୍ଦ୍ର ସରକାର ୨୦୦ ଟଙ୍କା ରିହାତି ପ୍ରଦାନ କରିସାରିଛନ୍ତି।

ତେବେ ଗତ ମଙ୍ଗଳବାର ରାତିରେ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ହିତାଧିକାରୀମାନେ ୨୦୦ ଟଙ୍କା ରିହାତି ପାଇବେ। ଏହାର ଅର୍ଥ ହେଉଛି ୪୦୦ ଟଙ୍କା। ବର୍ତ୍ତମାନ ସମୟରେ ପ୍ରାୟ ୧୦ କୋଟି ପରିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାର ଲାଭ ପାଇଛନ୍ତି।
ତେବେ ଦେଶର ମା ଏବଂ ଭଉଣୀମାନଙ୍କୁ ଚୁଲିର ଧୂଆଁରୁ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନା କେବଳ ଦାରିଦ୍ର ସୀମାରେଖା ତଳେ ଆସୁଥିବା ଲୋକଙ୍କୁ ଲାଭ ଦେଇଥାଏ। ଯେପରିକି ବିପିଏଲ ପରିବାର ସଦସ୍ୟ। ଆଉ ଏହି ଯୋଜନାର ଲାଭ ପାଇବାକୁ ହେଲେ ପଞ୍ଜୀକରଣ କରିବାକୁ ପଡିବ। କେବଳ ଏତିକି ନୁହେଁ ଏହା ସହିତ ବିପିଏଲ୍ କାର୍ଡ ମଧ୍ୟ ଦେବାକୁ ପଡିବ।
କେତେ ଟଙ୍କା ଆୟ ଥିଲେ ବିପିଏଲ ଯୋଜନାରେ ସାମିଲ ହୋଇପାରିବେ?
କେନ୍ଦ୍ର ସରକାରଙ୍କ ତରଫରୁ ଜାରି କରାଯାଇଥିବା ବିପିଏଲ ମାପଦଣ୍ଡ ଅନୁଯାୟୀ ଯେଉଁ ପରିବାରର ବାର୍ଷିକ ଆୟ ୨୭ ହଜାର ଟଙ୍କାରୁ କମ୍ ସେମାନେ ଏହି ଯୋଜନାରେ ସାମିଲ ହୋଇ ପାରିବେ। କିନ୍ତୁ ରାଜ୍ୟ ଗାଇଡ଼ ଲାଇନ ଅନୁଯାୟୀ ଏହି ମାପଦଣ୍ଡର ପରିବର୍ତ୍ତନ ଆସିପାରେ।
ତେବେ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ନେବାକୁ ହେଲେ ଆପଣଙ୍କୁ ଗାଇଡ଼ଲାଇନ ଅନୁଯାୟୀ ଦସ୍ତାବିଜ ଦାଖଲ କରିବାକୁ ହେବ। ଗାଇଡ଼ ଲାଇନ ଅନୁଯାୟୀ ବିପିଏଲ ପରିବାରର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ ଥିବା ଜରୁରୀ। ସେହିପରି ପାଣି ବିଲ, ବିଦ୍ୟୁତ ବିଲ, ଡ୍ରାଇଭିଂ ଲାଇସେନ୍ସ, ଘର ପ୍ରମାଣପତ୍ର, ଆଦି ଦସ୍ତାବିଜ ସରକାରଙ୍କୁ ଠିକଣା ପ୍ରମାଣ ପତ୍ର ଭାବେ ପ୍ରଦାନ କରିପାରିବେ। ଶସ୍ତାରେ ସିଲିଣ୍ଡର ପାଇବାକୁ ହେଲେ ଆପଣ ଆପଣଙ୍କର ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଯବ କାର୍ଡର ନକଲ ପ୍ରଦାନ କରିବା ମଧ୍ୟ ଜରୁରୀ। ସେହିପରି ଗାଁ ମୁଖିଆଙ୍କ ଠାରୁ ଅନୁମତି ପ୍ରମାଣ ପତ୍ର ଆଣିବା ମଧ୍ୟ ଜରୁରୀ ହୋଇଥାଏ।

Show More

Related Articles

Back to top button