Breaking PLUSବିଧାନସଭାମୁଖ୍ୟ ଖବରରାଜନୀତି

ବିଧାନସଭାରେ ହଟ୍ଟଗୋଳ କାରଣରୁ ଅପରାହ୍ଣ 4ଟା ଯାଏଁ ଗୃହ ମୁଲତବୀ

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବିଧାନସଭା ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ। ୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହର ମଧ୍ୟଭାଗକୁ ଆସି ବିଜେପି ସଦସ୍ୟ ହୋ ହାଲ୍ଲା କରି ଦେଇଥିଲେ। ଯାହାଫଳରେ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ। ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନରେ ଗୁରୁବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ଜାରି ଥିବା ବେଳେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପୋଡ଼ିୟମକୁ ବିଜେପିର ବିଧାୟକମାନେ ହୋହାଲ୍ଲା କରିବା ସହିତ ଡାଲି ଫିଙ୍ଗିଥିଲେ । ଏହି ଘଟଣା ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ବିଧାୟକ ମୋନହ ଚରଣ ମାଝୀ ଓ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ନିଲମ୍ବିତ ହୋଇଥିଲେ । ଏଥି ସହିତ ବାଚସ୍ପତି ଗୃହକୁ ଆସନ୍ତା ୩୦ ତାରିଖ ଅର୍ଥାତ ଶନିବାର ଯାଏଁ ମୁଲତବୀ ରଖିଥିଲେ । ସୂଚନା ଅନୁସାରେ ଗୃହ କାର୍ଯ୍ୟ ଚାଲିଥିବା ବେଳେ ବିଜେପି ବିଧାୟକମାନେ ପ୍ରଥମେ ହୋହାଲ୍ଲା କରିଥିଲେ। ଏହା ପରେ ପଲିଥିନରେ ଆଣି ଥିବା ଡାଲି ଦେଖାଇଥିଲେ। ଶେଷରେ ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଥିଲେ। ଏହି ଘଟଣା‌ ପରେ ବିଧାୟକ ମୋନହ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗ ଚଳିତ ବିଧାନସଭା ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବିତ ହୋଇଥିଲେ । ଆଉ ଆଜି ପ୍ରଶ୍ନକାଳ ଆରମ୍ଭ ହୋଇଥିବାବେଳେ ବିଜେପି ସଦସ୍ୟମାନେ ହୋ ହାଲ୍ଲା କରିଥିଲେ |

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଗୃହ ଚାଲିନପାରିବା ଦୁର୍ଭାଗ୍ୟ ଓ ନିନ୍ଦନୀୟ । ରାଜରାସ୍ତାରେ ବିଭିନ୍ନ ସଂଗଠନ ତାଙ୍କ ଦାବି ନେଇ ବସିଛନ୍ତି ତାହା ଆଲୋଚନା ହୋଇଥାନ୍ତା । ଶୂନ୍ୟକାଳରେ ବେଦାନ୍ତକୁ ନେଇ ପ୍ରସଙ୍ଗ ଉଠାଯାଇଥାନ୍ତା। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି। ବିରୋଧୀ ବିରୋଧ କରିବେ। ସରକାର ଗୃହ ଚଳାଇବା କଥା କିନ୍ତୁ ନ ଚଳାଇବା ଭୁଲ । କଂଗ୍ରେସ ଗୃହରେ କିଛି ବିଶୃଙ୍ଖଳା କରିନାହିଁ । ଆଉ ସମୟ ନାହିଁ ହାତରେ ମାତ୍ର ଗୋଟେ ଦିନ ଅଛି। କିନ୍ତୁ ଗୃହକୁ ବନ୍ଦ କରିବା ଫଳରେ ଅନେକ ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠି ପାରିଲାନି। ପୂର୍ବରୁ ଗୃହକୁ ସ୍ଵାଭାବିକ କରିବା ପାଇଁ ଅନେକ ରାସ୍ତା ବାହାରିଛି। ଆଜି ମଧ୍ୟ ବାଚସ୍ପତି ବିରୋଧୀଙ୍କ ସହ ଆଲୋଚନା କରି ସମାଧାନ ରାସ୍ତା ବାହାର କରିପାରିଥାନ୍ତେ। କିନ୍ତୁ ସେଭଳି କିଛି କଲେନାହିଁ କି ସର୍ବଦଳୀୟ ବୈଠକ ଡାକିଲେନି । କାହା ଇଙ୍ଗିତରେ ଏମିତି ହେଉଛି ବୁଝାପଡୁନି। ସରକାର ଭୟଭୀତ। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନ ଦେଇ ବିରୋଧୀ ନେତାମାନଙ୍କୁ ପାଗଳ କହିଲେଣି। ବିଜେପି ସଦସ୍ୟ ମଧ୍ୟ ନଛୋଡବନ୍ଧା | ସେମାନଙ୍କ ଉପରୁ ନିଲମ୍ବନକୁ ପ୍ରତ୍ୟାହାର କରିବା କଥା। ତାଙ୍କୁ ଗୃହ କାର୍ଯ୍ୟରେ ଭାଗ ନେବାକୁ ଦେବା କଥା ବାଚସ୍ପତି।କିନ୍ତୁ ଯାହା ହେଉଛି ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ହେଉନାହିଁ।

Show More

Related Articles

Back to top button