Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଜେପିର ପ୍ରାର୍ଥୀ ଅଦଳବଦଳ, ରେଢାଖୋଲରୁ ଲଢିବେ ପ୍ରସନ୍ନ

ଭୁବନେଶ୍ୱର- ଆଉ ଏକ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ଏଥିରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସନ୍ତୁଷ୍ଟ ପାଇଁ ବିଜେଡି ଉଦ୍ୟମ କରିଛି । ରେଢ଼ାଖୋଲ ଏବଂ ସମ୍ବଲପୁର ପ୍ରାର୍ଥୀ ଅଦଳବଦଳ କରାଯାଇଛି। ପ୍ରସନ୍ନଙ୍କୁ ବିଜେଡି ରେଢ଼ାଖୋଲରୁ ପ୍ରାର୍ଥୀ କରିଥିବା ବେଳେ ସମ୍ବଲପୁରରୁ ପ୍ରାର୍ଥୀ ହେଲେ ରୋହିତ ପୂଜାରୀ।

ବିଜେଡି ପୂର୍ବରୁ ବିଧାୟକ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି ରୋହିତ ପୂଜାରୀଙ୍କୁ ରେଢ଼ାଖୋଲରୁ ପ୍ରାର୍ଥୀ କରିଥିଲା। ସେହିପରି ବିଜେଡି ସମ୍ବଲପୁର ବିଧାନସଭା ଆସନରୁ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପ୍ରାର୍ଥୀ ହୋଇଥିଲେ। ହେଲେ ସମ୍ବଲପୁରରୁ ପ୍ରାର୍ଥୀ ହେବା ନେଇ ପ୍ରସନ୍ନ ଆଚାର୍ଯ୍ୟ ଅସନ୍ତୁଷ୍ଟ ଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button