Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର

ବରମୁଣ୍ଡା ଟ୍ରିପଲ ମର୍ଡର ଘଟଣାର ୨୭ ବର୍ଷ ପରେ ଆସିଛି ରାୟ

ବହୁଚର୍ଚ୍ଚିତ ଭୁବନେଶ୍ୱର ବରମୁଣ୍ଡା ଟ୍ରିପଲ ମର୍ଡର ଘଟଣାର ୨୭ ବର୍ଷ ପରେ ଆସିଛି ରାୟ। ଏ ମାମଲାରେ ୩ ଜଣ ଦୋଷୀଙ୍କୁ ଆଜୀବନ ସଜା ହୋଇଛି। ଭୁବନେଶ୍ୱର ଏଡିଜେ-୨ କୋର୍ଟ ଦୋଷୀ ଚିତ୍ତରଂଜନ, ରୁଦ୍ର ନାରାୟଣ ଓ ଜିତୁଙ୍କୁ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ। ଘଟଣାରେ ଚତୁର୍ଥ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି। ୧୯୯୬ ମସିହା ଜୁଲାଇ ୧୧ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁବନେଶ୍ୱରର ଛାତି ଉପରେ ନିର୍ମମ ହତ୍ୟାକାଣ୍ଡ ଘଟିଥିଲା ।ଯେଉଁଥିରେ ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଅଭିଯୁକ୍ତ। ବିଶ୍ୱଜିତ ନାୟକ, ଦିଲ୍ଲୀପ ରାୟ ଓ ଶାରଦା ରଥଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିଲା । ଗତକାଲି ଏହି ମାମଲାରେ ରାୟ ଆସିବା ସହ ୩ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିଛି । ତେବେ ବିଳମ୍ବରେ ହେଲେ ମଧ୍ୟ ଏହି ଜଘନ୍ୟ ହତ୍ୟା ଅପରାଧ ମାମଲାରେ ରାୟ ଆସିବା ସହ ଦୋଷୀଙ୍କୁ ସଜା ଆଦେଶ ହୋଇଛି।

Show More

Related Articles

Back to top button