Breaking PLUSଓଡ଼ିଶାଦୁର୍ଘଟଣା

ପୟା ଶ୍ରାଦ୍ଧ ଦେବାକୁ ଲିଙ୍ଗରାଜ ମନ୍ଦିର ଆସିଥିବା ଦମ୍ପତିଙ୍କ ଉପରେ ଚଢିଗଲା କାର

ଲିଙ୍ଗରାଜ ମନ୍ଦିର ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଘଟଣାସ୍ଥଳରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୟା ଶ୍ରାଦ୍ଧ ଲାଗି ଦିଗପହଣ୍ଡିରୁ ଲିଙ୍ଗରାଜ ମନ୍ଦିର ଆସିଥିବା ଏହି ଦମ୍ପତିଙ୍କ ଉପରେ ଏକ କାର୍ ଚଢିଯିବାରୁ ଏପରି ଦୁର୍ଘଟଣା ଘଟିଛି । ଲିଙ୍ଗରାଜ ମନ୍ଦିର ପାଖରେ ସ୍ୱାମୀ ସ୍ତ୍ରୀଙ୍କୁ ଧକ୍କା ଦେଇଛି ଏକ କାର୍ । ଡ୍ରାଇଭର ବ୍ୟାକ୍ ଗିୟର ପକାଇ ପଛକୁ ଆଣିବା ବେଳେ ଘଟିଥିଲା ଏହି ଦୁର୍ଘଟଣା । ତେବେ ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌କୁ ଜବତ କରିଥିବା ବେଳେ କାର୍‌ରୁ ସମସ୍ତେ ଫେରାର ହୋଇଯାଇଛନ୍ତି ।

Show More

Related Articles

Back to top button