Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ପ୍ରବଳ ବର୍ଷା ନେଇ ଜାରିହେଲା ୟେଲୋ ୱାର୍ଣ୍ଣିଂ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । କେବଳ ଏତିକି ନୁହେଁ ଆସନ୍ତା ଶୁକ୍ରବାର ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ସୂଚନା ମିଳିଛି । ପାଣିପାଗ ବିଭାଗର କହିବା ଅନୁଯାଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡିକ ଯଥାକ୍ରମେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଓ ଜଗତ୍‍ସିଂହପୁର  । ଅନ୍ୟପକ୍ଷରେ, ରାଜ୍ୟରେ ଜୁନ୍‍ ୧ରୁ ଆଜିସୁଦ୍ଧା ୧ ହଜାର ୮୪ ଦଶମିକ ୧ ମିଲିମିଟର ବର୍ଷା ରେକର୍ଡ କରାଯାଇ ଥିବାବେଳେ ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷାର ପରିମାଣ ୧ ହଜାର ୧୨୦ ଦଶମିକ ୩ ମିଲିମିଟର ରହିଛି ।

Show More

Related Articles

Back to top button