Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ପ୍ରବଳ ବର୍ଷାରେ ବୁଡିଲା ବ୍ରିଜ

ଲଗାଣ ବର୍ଷା ହେତୁ ପୁଣି ବୁଡ଼ିଯାଇଛି କାଲିମେଳା ସ୍ଥିତ ଏମଭି ୯୬ ବ୍ରିଜ୍‌। ପାଣି ଏତେ ଅଧିକ ହୋଇଯାଇଛି ଯେ ବ୍ରିଜ ଉପରେ ୬ ଫୁଟ ବନ୍ୟା ଜଳ ପ୍ରବାହିତ ହୋଇଛି। ଫଳରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟକୁ ଯୋଗାଯୋଗ ବିଛିନ ହୋଇଯାଇଛି। ୩୨୬ ଜାତୀୟ ରାଜପଥର ଉଭୟ ପଟେ ଯାନବାହାନ ଅଟକି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ୨୧.୪ ମିମିର ବର୍ଷା ରେକର୍ଡ ହୋଇଛି। ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ମଙ୍ଗଳବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ଆଜି ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବୁଧବାର ଅପରାହ୍ଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ରାଜଧାନୀ ଭୁବନେଶ୍ବର ଓ କଟକରେ ମଧ୍ୟ ପ୍ରବଳ ବର୍ଷା ଚାଲିଛି। ସେହିପରି ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ଭଦ୍ରକ, କୋରାପୁଟ. ସମ୍ବଲପୁର, ବଲାଙ୍ଗୀର, ସୋନପୁର ଆଦି ଜିଲ୍ଲାରେ ବର୍ଷା ଲାଗି ରହିଛି । ସକ୍ରିୟ ଲଘୁଚାପ ପ୍ରଭାବରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ

Show More

Related Articles

Back to top button