Breaking PLUSଖେଳଦେଶଦେଶ ବିଦେଶମୁଖ୍ୟ ଖବର

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବ ଏସିଆ କପ୍‌ ଫାଇନାଲ ମୁକାବିଲା

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ୍‌ ଫାଇନାଲ ମୁକାବିଲା ହେବ । ଗୁରୁବାର ସୁପର-୪ ମ୍ୟାଚରେ ପାକିସ୍ତାନକୁ ୨ ଉଇକେଟରେ ପରାସ୍ତ କରି ଶ୍ରୀଲଙ୍କା ଦ୍ୱିତୀୟ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି । ବର୍ଷା ଯୋଗୁ ୪୨ ଓଭର ବିଶିଷ୍ଟ ମ୍ୟାଚ୍‌ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୭ ଉଇକେଟ ହରାଇ ୨୫୨ ରନ୍‌ କରିଥିଲା। ଡର୍କଓ୍ବର୍ଥ ଲୁଇସ୍‌ ନିୟମରେ ଶ୍ରୀଲଙ୍କା ପାଇଁ ୨୫୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୮ ଉଇକେଟ ହରାଇ ଅନ୍ତିମ ବଲ୍‌ରେ ଦଳ ବିଜୟ ହାସଲ କରିଥିଲା।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ବାନ ଅପରାଜିତ ୮୬ ରନ୍‌ ସ୍କୋର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବଦୁଲ୍ଲା ଶଫିକ୍‌ ୫୨ ଓ ଇଫତିଖାର ଅହମଦ ୪୭ ରନ୍‌ କରିଥିଲେ। ପାକିସ୍ତାନ ୧୩୦ ରନ୍‌ରେ ୫ ଖେଳାଳିଙ୍କ ଉଇକେଟ ହରାଇବା ପରେ ଟପ୍‌ ସ୍କୋରର ମହମ୍ମଦ ରିଜଓ୍ବାନ (୮୬ଞ୍ଚ ରନ) ଓ ଇଫତିଖାର ଅହମଦ(୪୭ ରନ୍‌) ଷଷ୍ଠ ଉଇକେଟରେ ୧୦୮ ରନ୍‌ ଯୋଡିଥିଲେ। ରିଜଓ୍ବାନ ୭୩ ବଲ୍‌ ଖେଳି ୬ ଚୌକା ଓ ୨ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଇଫତିଖାର ୪୦ ବଲ୍‌ ଖେଳି ୪ ଚୌକା ଓ ୨ ଛକା ମାରିଥିଲେ। ୨୫୨ ରନର ବିଜୟ ଲକ୍ଷ୍ୟ ଜବାବରେ କୁଶାଲ ମେଣ୍ଡିସଙ୍କ ୯୧ ରନ୍‌ ବଳରେ ଶ୍ରୀଲଙ୍କା ବିଜୟ ହାସଲ କରିଥିଲା ।

Show More

Related Articles

Back to top button