Breaking PLUSଦେଶମୁଖ୍ୟ ଖବରରାଜନୀତି

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

‘ୱାନ୍ ନେସନ୍ ୱାନ୍ ଇଲ୍କେ୍ସନ୍’କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗତ ସୋମବାର ନିର୍ବାଚନ ପ୍ରଚାର ପାଇଁ ରାଜସ୍ଥାନ ଯାଇଥିବାବେଳେ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ‘ ମୋତେ ଦୁଃଖ ଲାଗୁଛି ଯେ, ମୋଦୀ ୯ ବର୍ଷ ଶାସନ କରିବା ପରେ ବି ୱାନ୍ ନେସନ୍ ୱାନ୍ ଇଲେକ୍ସନ କଥା କହୁଛନ୍ତି । ସାଧାରଣ ଜନତାଙ୍କର ଏଥିରେ ଲାଭ କ’ଣ ହେବ? ଗୋଟିଏ ହେଉ ବା ୧୦୦୦ ନିର୍ବାଚନ ସାଧାରଣ ଲୋକଙ୍କର କିଛି ଲାଭ ମିଳିବନି’ । କେବଳ ଏତିକି ନୁହେଁ ଆହୁରି ମଧ୍ୟ କହିଛନ୍ତି ଯେ , ‘ସମସ୍ତେ ଜାଣନ୍ତି କେବଳ ଭୋଟ ସମୟ ହେଲେ ନେତାମାନେ ଲୋକଙ୍କ ପାଖକୁ ଆସନ୍ତି । ଯେହେତୁ ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟରେ ନିର୍ବାଚନ ହେଉଛି । ଏଥିପାଇଁ ବାରମ୍ବାର ମୋଦୀଙ୍କୁ ଲୋକଙ୍କ ପାଖକୁ ଯିବାକୁ ପଡୁଛି । ଯାହାକୁ ସେ ଡରନ୍ତି ।ମୋଦୀ ୱାନ୍ ନେସନ୍ ୱାନ୍ ଇଲେକ୍ସନ ନକରି ବରଂ ଗୋଟିଏ ଦେଶ, ଗୋଟିଏ ଶିକ୍ଷା , ଗୋଟିଏ ଦେଶ ଗୋଟିଏ ସ୍ୱାସ୍ଥ୍ୟସେବା କରିଥିଲେ ଭଲ ହୋଇଥାନ୍ତା । ଯଦି ଦେଶରେ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ଲାଗୁ ହୁଏ ଆଗକୁ ଏଲପିଜି ସିଲିଣ୍ଡର ପିଛା ୫୦୦୦ ଟଙ୍କା ଟମାଟୋ କିଲୋକୁ ୧୫୦୦ ଟଙ୍କାରେ ବିକ୍ରି ହେବ । ତେଣୁ ମୋ ମତରେ ଦେଶରେ ଗୋଟିଏ ନୁହେଁ ବରଂ ୨୦ ନିର୍ବାଚନ ହେବା ଉଚିତ । ପ୍ରତି ୩ ମାସରେ ଥରେ ନିର୍ବାଚନ ହେବା ଉଚିତ, ଫଳରେ ସରକାରଙ୍କୁ ଲୋକଙ୍କ ପାଖକୁ ଯିବାକୁ ପଡିବ’ ।

Show More

Related Articles

Back to top button