Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଦେସୁରୀ ନାଳରେ ଓଲଟିଲା ଯାତ୍ରୀବାହୀ ବସ୍, 24 ଆହତ

ପାଲି: ଦେସୁରୀ ନାଳରେ ଓଲଟିଲା ଘରୋଇ ବସ୍ । ସୋମବାର ବିଳମ୍ବିତ ରାତିରେ ଦେସୁରୀ ନାଳର ପଞ୍ଜାବ ମୋଡରେ ଏକ ଘରୋଇ ବସ୍ ବ୍ରେକ ଫେଲ ହେବା କାରଣରୁ ଟ୍ରାକ୍ଟର ଓ ଟ୍ରଲି ସହ ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଛି । ଫଳରେ 24ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 6ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସେମାନଙ୍କୁ ଚିକିତ୍ସା ପାଇଁ ପାଲିର ବାଙ୍ଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ଅନ୍ୟ ଆହତମାନଙ୍କୁ ଦେସୁରୀ ଓ ଚାରଭୁଜାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରେ କାହାରି ଜୀବନ ଯାଇନାହିଁ ।

ରାଜସମନ୍ଦ ଜିଲ୍ଲାରେ ଏହି ଘଟଣା ଘଟିଥିବା ବେଳେ ବସରେ 62ଜଣ ଯାତ୍ରୀ ଯାତାୟତ କରୁଥିଲେ ।

Show More

Related Articles

Back to top button