Breaking PLUSମୁଖ୍ୟ ଖବର

ପ୍ରଖ୍ୟାତ କୃଷି ବିଜ୍ଞାନୀ ଏମ୍. ଏସ୍‌. ସ୍ୱାମୀନାଥନ୍‌ଙ୍କ ଦେହାନ୍ତ

ପ୍ରଖ୍ୟାତ କୃଷି ବିଜ୍ଞାନୀ ତଥା ଭାରତର ‘ସବୁଜ ବିପ୍ଳବ’ର ଜନକ କୁହାଯାଉଥିବା ମନକୋମ୍ବୁ ସମ୍ବାସିବନ୍‌ ସ୍ୱାମୀନାଥନ୍‌ଙ୍କର ଆଜି ସକାଳେ ଚେନ୍ନାଇରେ ଦେହାନ୍ତ ହୋଇଯାଇଛି। ୧୯୨୫ ମସିହା ଅଗଷ୍ଟ ୭ ତାରିଖରେ ତାମିଲନାଡୁର ତାଞ୍ଜାବୁର ଜିଲ୍ଲାରେ ଜନ୍ମିତ ସ୍ୱାମୀନାଥନ୍‌ଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ଏମ୍‌. ଏସ୍‌. ସ୍ୱାମୀନାଥନ୍‌ ଆଳୁ, ଗହମ, ଧାନ ଓ ଝୋଟ ବା ନଳିତାର ଗୁଣସୂତ୍ର ଉପରେ ଗବେଷଣା ଆରମ୍ଭ କରି ୧୯୪୯ରେ ନିଜର କ୍ୟାରିୟର୍‌ ଆରମ୍ଭ କରିଥିଲେ। ଖାଦ୍ୟଶସ୍ୟ ଅଭାବ ‌ଯୋଗୁଁ ୧୯୬୦ ମସିହାରେ ଭାରତ ଅନାହାର ପଡ଼ିଆସୁଥିବା ବେଳେ ସେ ଆମେରିକୀୟ ଉଦ୍ଭିଦବିଜ୍ଞାନୀ ନର୍‌ମ୍ୟାନ୍‌ ବୋର୍ଲାଗ୍‌ ଓ ଅନ୍ୟ କେତେକ ବୈଜ୍ଞାନିକଙ୍କ ସହିତ ମିଶି ଅଧିକ ଅମଳକ୍ଷମ ଗହମ ବିହନ ବିକଶିତ କରିଥିଲେ। ‘ଜାତିସଂଘ ପରିବେଶ କାର୍ଯ୍ୟକ୍ରମ’ଦ୍ୱାରା ‘ଅର୍ଥନୈତିକ ପରିବେଶର ଜନକ’ ଭାବେ ପରିଚିତ ସ୍ୱାମୀନାଥନ୍‌ ୧୯୬୦ ଓ ୭୦ ଦଶକରେ ସି. ସୁବ୍ରମଣିୟାମ୍‌ ଓ ଜଗଜ୍ଜୀବନ ରାମଙ୍କ ସମେତ ବିଭିନ୍ନ କୃଷିମନ୍ତ୍ରୀଙ୍କ ସହିତ ‘ସବୁଜ ବିପ୍ଳବ’ ସଫଳତା ପାଇଁ କାର୍ଯ୍ୟ କରିଥିଲେ। ଫଳରେ ‘କେମିକାଲ୍‌-ବାୟୋଲୋଜିକାଲ୍‌ ଟେକ୍ନୋଲୋଜି’ ବଳରେ ଦେଶରେ ଗହମ ଓ ଧାନ ଉତ୍ପାନଦ ବୃଦ୍ଧି ପାଇବାର ପଥ ଉନ୍ମୋଚିତ ‌ହୋଇଥିଲା। ଏଥିପାଇଁତାଙ୍କୁ ୧୯୮୭ରେ ପ୍ରଥମ ‘ୱାଲର୍ଡ  ଫୁଡ୍‌ ପ୍ରାଇଜ୍‌’ ମଧ୍ୟ ମିଳିଥିଲା। ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ଏହାଛଡ଼ା, କୃଷିକ୍ଷେତ୍ରରେ କାର୍ଯ୍ୟ ନିମନ୍ତେ ତାଙ୍କୁ ଅନ୍ୟାନ୍ୟ ଅନେକ ପୁରସ୍କାର ଓ ସମ୍ମାନ ମିଳିଥିଲା।

Show More

Related Articles

Back to top button