ସ୍ୱତନ୍ତ୍ର

ପୁଣିଥରେ ବାବା ଭେଙ୍ଗାଙ୍କ ଆଉ ଏକ ଭୟଙ୍କର ଭବିଷ୍ୟ ବାଣୀ

ମାଡି ଆସୁଛି ଏକ ବିପଦ

ଦୁନିଆର ସବୁ ଦେଶ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ସାରିଛନ୍ତି। ଏହି ବିପର୍ଯ୍ୟୟ ମଧ୍ୟରୁ କେତେକ ଏପରି ହୋଇଛି ଯେ ବାବା ଭେଙ୍ଗା ବହୁ ବର୍ଷ ପୂର୍ବେ ପୂର୍ବାନୁମାନ କରିଥିଲେ। ବାବା ଭେଙ୍ଗାଙ୍କ ଭବିଷ୍ୟ ବାଣୀ କ୍ରମେ ୯/୧୧ ଆକ୍ରମଣ, ଆଇଏସ୍ଆଇଏସ ଏବଂ କୋରୋନାକୁ ନେଇ ବହୁ ବର୍ଷ ପୂର୍ବରୁ ପୂର୍ବାନୁମାନ କରିଥିଲେ। ବର୍ତ୍ତମାନ ତାଙ୍କର ଆଉ ଏକ ଭବିଷ୍ୟବାଣୀ ସାମ୍ନାକୁ ଆସିଛି ଯାହା ଲୋକଙ୍କ ମନରେ ଭୟ ସୃଷ୍ଟି କରିବାରେ ଲାଗିଛି। ୨୦୨୩ ଶେଷ ସୁଦ୍ଧା ସେ ଆଣବିକ ବିପର୍ଯ୍ୟୟର ପୂର୍ବାନୁମାନ କରିଥିଲେ। ବାଲକନର ନାସ୍ତ୍ରୋଦାମାସଙ୍କ ଭାବେ ପରିଚିତ ବାବା ଭେଙ୍ଗା ୧୯୯୬ ମସିହାରେ ଦେହାନ୍ତ ହୋଇ ଯାଇଥିଲା। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ତାଙ୍କ ମୃତ୍ୟୁ ପୂର୍ବରୁ ସେ ବିଶ୍ୱର କିଛି ପ୍ରମୁଖ ଦୁର୍ଘଟଣା ସମ୍ପର୍କରେ ପୂର୍ବାନୁମାନ କରିଥିଲେ। ସେଥିମଧ୍ୟରୁ କିଛି ଫୁକୁସିମା ଆଣବିକ ଲିକ୍ ସମେତ ଆଉ କିଛି ଘଟଣା ସତ୍ୟ ହୋଇଥିବା ନେଇ ଜଣାପଡ଼ିଛି। ତେବେ ବାବଙ୍କ ଭବିଷ୍ୟବାଣୀ କ୍ରମେ ୨୦୨୩ ମସିହା ଶେଷ ବେଳକୁ ଆକାଶ ବିଷାକ୍ତ ବାୟୁରେ ଭରିଯିବ। ବିନାଶକାରୀ ପରମାଣୁ ବୋମା ବିସ୍ଫୋରଣ ଫଳରେ ବାୟୁ ମଣ୍ଡଳରେ ବିଷାକ୍ତ ବାୟୁ ଭରିଯିବ। ବିଶ୍ୱର ଦୁଇ ମହାଶକ୍ତି ପରମାଣୁ ବୋମା ଆକ୍ରମଣ କରିବା ଫଳରେ ଏପରି ସଂକଟ ଜନକ ପରିସ୍ଥିତି ସୃଷ୍ଟି ହେବ ବୋଲି ତାଙ୍କ ଅନୁଗାମୀମାନେ କହିଛନ୍ତି।

ଏପରିକି କିଛି ଲୋକ କହିଛନ୍ତି କି ଏକ ସୌର ସୁନାମି ଆସୁଛି, ଯାହାଫଳରେ ପ୍ରମୁଖ ଟେକ୍ନୋଲୋଜି ବିଫଳ ହୋଇପାରେ। ସାଧାରଣତଃ ଏହି ପ୍ରକାର ଛୋଟ ବଡ କୌଣସି ଅସୁବିଧା ନକରି ବାରମ୍ବାର ଘଟେ। ଏହା ବ୍ୟତୀତ ବାବା ଭେଙ୍ଗା ବ୍ରିଟିଶ ରାଣୀ ଡାଏନାଙ୍କ ମୃତ୍ୟୁ, ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା, ସୁନାମି, କରୋନାଭାଇରସ୍, ଋଷ-ୟୁକ୍ରେନ ଯୁଦ୍ଧ ଭଳି ବିଭିନ୍ନ ଘଟଣା ବିଷୟରେ ଉଲ୍ଲେଖ କରିଥିଲେ। ଖବବ ଅନୁଯାଇ ବାବା ଭେଙ୍ଗା ୧୨ ବର୍ଷ ବୟସରେ ନିଜର ଦୃଷ୍ଟି ଶକ୍ତି ହରାଇଥିଲେ। ତେବେ ତାଙ୍କ ଦୃଷ୍ଟି ହରାଇବା ପରେ ସେ ତାଙ୍କର ଏହି ଦିବ୍ୟଶକ୍ତି ହାସଲ କରିଥିଲେ। ଯାହା ଫଳରେ ସେ ବିଶ୍ୱର ପ୍ରମୁଖ ଘଟଣା ସମ୍ପର୍କରେ ଭବିଷ୍ୟବାଣୀ କରିପାରିଥିଲେ।

Show More

Related Articles

Back to top button