Breaking PLUSଦେଶ ବିଦେଶ

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ

ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମ୍ମଦ ଅବସଙ୍କୁ ଗତକାଲି ହତ୍ୟା ଉଦ୍ୟମ ହୋଇଥିବା ସୂଚନା ମିଳିଛି। ତେବେ ଏହି ଆକ୍ରମଣରୁ ମହମୁଦ ଆବ୍ବାସ ବର୍ତ୍ତି ଯାଇଥିବା ବେଳେ ତାଙ୍କର ଜଣେ ସୁରକ୍ଷା କର୍ମୀ ଟଳି ପଡ଼ିଥିବାର ଜଣାଯାଇଛି। ଏନେଇ ପାଲେଷ୍ଟାଇନ ତରଫରୁ କୌଣସି ଅଫିସିଆଲି ବିବୃତି ଦିଅଯାଇନି। କିଏ ଏପରି ଆକ୍ରମଣ କରିଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନ ଥିବା ବେଳେ ‘Sons of the Leader Abu Jandal’ ଗ୍ରୁପ୍‌ର ଏହା ପଛରେ ହାତ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଇସ୍ରାଏଲ ବିରୋଧରେ ଯୁଦ୍ଧ ଡାକରା ଦେବାକୁ ‘Sons of the Leader Abu Jandal’ ଗ୍ରୁପ ପକ୍ଷରୁ ରାଷ୍ଟ୍ରପତି ମହମୁଦ ଆବ୍ବାସଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ଯୁଦ୍ଧ ଘୋଷଣା ନ କଲେ ସୁରକ୍ଷା ଏଜେନ୍ସି ପକ୍ଷରୁ ତାଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା। ମାତ୍ର ଡେଡଲାଇନ୍‌ ମଧ୍ୟରେ ଇସ୍ରାଏଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ରାଷ୍ଟ୍ରପତିଙ୍କ ଉପରେ ଏହି ଅତର୍କିତ ଆକ୍ରମଣ ଉଦ୍ୟମ କରାଯାଇଥିବାର ଅନୁମାନ କରାଯାଉଛି।

Show More

Related Articles

Back to top button