ମନୋରଞନମନୋରଞ୍ଜନ

ପରିନୀତିଙ୍କ ଉପରେ ପୋଷାକ କପି କରିଥିବା ଅଭଯୋଗ ଲାଗିଲା

ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ ରାଜନେତା ରାଘବ ଚଢ଼ାଙ୍କ  ବିବାହ ଶେଷ ହୋଇଛି।  ସେମାନଙ୍କ ବିବାହ ପରେ ଇଣ୍ଟର୍‌ନେଟ୍‌ରେ ଦୁହିଁଙ୍କର ଅନେକ ଫଟୋ ଭାଇରାଲ୍‌ ହେଉଛି। କେହି କେହି ପରିଣୀତି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପୋଷାକକୁ କପି କରିଥିବା ଅଭିଯୋଗ ମଧ୍ୟ ଅ‌ାଣୁଛନ୍ତି। ‘ଇସକ୍‌ଜାଦେ’ ଷ୍ଟାରଙ୍କ ବିବାହ ପୋଷାକ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସହ-ତାରକା ଆଲିଆ ଭଟ୍ଟଙ୍କ ସହ ସମାନ ରହିଛି ବୋଲି ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଦାବି କରି ସମାଲୋଚନା କରିଛନ୍ତି।ତାଙ୍କର ଏହି ବଡ ଦିନ ପାଇଁ ପରିଧାନ କରିଥିବା ପୋଷାକଟିକୁ ଡିଜାଇନ୍‌ କରିଥିଲେ ଡିଜାଇନର୍‌ ମନୀଷ ମଲହୋତ୍ରା। ଯାହା ଆଲିଆଙ୍କ ବିବାହ ପୋଷାକ ସହିତ ପ୍ରାୟତଃ ସମାନ ଅଟେ। ତେବେ ଟ୍ୱିଟରରେ ବ୍ୟବହାରକାରୀ ଦୁହିଁଙ୍କ ବିବାହ ଚିତ୍ର ପୋଷ୍ଟ କରିବା ଆରମ୍ଭ କରିଥିଲେ ଏବଂ ‘ରକି ଅର ରାନୀ କି ପ୍ରେମ କାହାନୀ’ ଅଭିନେତ୍ରୀଙ୍କ “ଷ୍ଟାଇଲ” ର କପି ପାଇଁ ପାରିଣୀତିଙ୍କୁ ଅନେକ କିଛି ଶୁଣିବାକୁ ମିଳିଛି। କେହି କେହି ଦାବି କରିଛନ୍ତି ଯେ ନବ ବିବାହିତ ଦମ୍ପତି ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଫଟୋ ପୋଜ୍ ମଧ୍ୟ କପି କରିଛନ୍ତି। ତେବେ କିଛି ବ୍ୟବହାରକାରୀ କରୁଛନ୍ତି ସେ ଆଲିଆଙ୍କ ପୋଷାକ ଓ କିଆରା ଆଡଭାନିଙ୍କ ଅଳଙ୍କାରକୁ ମଧ୍ୟ କପି କରିଛନ୍ତି।

Show More

Related Articles

Back to top button