Breaking PLUSଅପରାଧଓଡ଼ିଶା

ନାତିର ମାଡରେ ଚାଲିଗଲା ଜେଜେବାପାଙ୍କ ଜୀବନ

ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ପରଜା ସିଲା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ନାତିର ମାଡ଼ରେ ଜେଜେବାପାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଗୋବର୍ଦ୍ଧନ ନାୟକ। ଅଭିଯୁକ୍ତ ମୋହନକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା ଜାରି ରହିଛି। ଆଜି ସକାଳେ ଗୋବର୍ଦ୍ଧନ ନାୟକ(୬୫) ନିଜ ଘର ପିଣ୍ଢାରେ ବସିଥିବା ବେଳେ ହଠାତ୍ ନାତି ମୋହନ ନାୟକ ତାଙ୍କୁ ଟଙ୍କା ମାଗିଥିଲା। ଗୋବର୍ଦ୍ଧନ କିନ୍ତୁ ତାଙ୍କ ପାଖରେ ନାହିଁ ବୋଲି କହିଥିଲେ। ଏହାଛଡ଼ା ବାରମ୍ବାର ଟଙ୍କା ମାଗି କାହିଁକି ହଇରାଣ କରୁଛୁ ବୋଲି ରାଗିଯାଇ କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ମୋହନ ଜେଜେବାପାଙ୍କୁ ମାଡ଼ ମାରିଥିଲା। ସେହି ସମୟରେ ଗୋବର୍ଦ୍ଧନ ନାୟକଙ୍କ ମୁଣ୍ଡ ଏକ ପଥରରେ ବାଜି ଯାଇଥିଲା। ଏହାଫଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ ମୋହନ ଏମିତି ସବୁ ବେଳେ ଜେଜେଙ୍କଠାରୁ ଟଙ୍କା ନେଇ ଅୟସ କରିଥାଏ। ଏହା ପରେ ଘଟଣା ସଂପର୍କରେ ଖବର ପାଇ କାଶୀପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମୋହନ ନାୟକକୁ ଧରିବା ସହ ଥାନାକୁ ଆଣିଥିଲା। ଏବେ ପୁଲିସ ତାକୁ ପଚରାଉଚରା କରୁଛି। ପୁଲିସ ଗୋବର୍ଦ୍ଧନ ନାୟକଙ୍କ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ଲାଗି ପଠା ଦେଇଛି।

Show More

Related Articles

Back to top button