Breaking PLUSଦେଶମୁଖ୍ୟ ଖବର

ଦେଶରେ ଚିହ୍ନଟ ହେଲେ ନୂଆ ୧୦୪୨୩ କରୋନା ଆକ୍ରାନ୍ତ

୪୪୩ ମୃତ

ଭାରତରେ କରୋନା ସଂକ୍ରମଣ ଧିରେ ଧିରେ ତଳକୁ ଖସୁଛି । ହେଲେ ମୃତ୍ୟୁସଂଖ୍ୟାରେ ଏଯାଏ ଲାଗିନି ବ୍ରେକ । ଏଥି ମଧ୍ୟରେ ଗତ ୨୪ ଘଣ୍ଟାରେ ଦେଶରେ ୨୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

ଗତ ୨୪ ଘଣ୍ଟାରେ ଦେଶରେ ୧୦୪୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୪୪୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪୨ ଲକ୍ଷ ୯୬ ହଜାର ୨୩୭ରେ ପହଁଚିଛି ।

ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୮ ହଜାର ୮୮୦ରେ ପହଞ୍ଚିଛି । ଏବେ ଦେଶରେ ୧୫୩୭୭୬ ସକ୍ରିୟ ମାମଲା ରହିଛି । ସେହିପରି ୩୩୬୮୩୫୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Show More

Related Articles

Back to top button