Breaking PLUSଓଡ଼ିଶା

ଡଙ୍ଗା କାଢିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳିକା

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଣୁଆ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପୋଖରୀକୁ ଡଙ୍ଗା କାଢିବାକୁ ଯାଇ ବୁଡ଼ିଯାଇଛନ୍ତି ଜଣେ ନାବାଳିକା । ନାବାଳିକା ଜଣଙ୍କ ହେଉଛନ୍ତି ରତ୍ନାକର ମହାଳିକଙ୍କ ଝିଅ ୧୩ ବୟସ ଝାନ୍ସିରାଣୀ ମହାଳିକା ।  ତେବେ ନାବାଳିକା ଜଣକ ଆଜି ଡଙ୍ଗାଭସା ପୂର୍ଣ୍ଣମୀ ପାଇଁ ଭସା ଯାଇଥିବା ଡଙ୍ଗାକୁ କାଢ଼ିବାକୁ ପୋଖରୀ ଭିତରକୁ ଯାଇଥିଲେ । ସେଠାରେ ସେ ବୁଡି ଯାଇଥିଲେ। କିଛି ସମୟ ଖୋଜାଖୋଜି କରିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପରେ ନାବାଳିକାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ‍ବୋଲି ଘୋଷଣା କରିଥିଲେl ତେଣୁ ସୋର ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାଟି ଘଟିବା ଫଳରେ ବାସୁଦେବପୁର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛିl

Show More

Related Articles

Back to top button