ଦେଶଦେଶ ବିଦେଶ

ଜି-20 ରେ ମୋଦୀଙ୍କ ଆଗରେ ଅବାଧ ଗଣ ମାଧ୍ୟମ ଓ ମାନବ ଅଧିକାର ପ୍ରସଙ୍ଗ ଉଠାଇଲେ ବାଇଡେନ

ଦିଲ୍ଲୀରେ ଆୟୋଜିତ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବା ଅବସରରେ ମାନବ ଅଧିକାର ପ୍ରତି ସମ୍ମାନ, ନାଗରିକ ସଙ୍ଗଠନର ଭୂମିକା ଏବଂ ଅବାଧ ଗଣମାଧ୍ୟମ ସମେତ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିଥିବା କଥା ରବିବାର ଦିନ ଭିଏତ୍‌ନାମ୍‌ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ସୂଚନା ଅନୁସାରେ ନୂଆଦିଲ୍ଲୀରେ ଆୟୋଜିତ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେଇ ରବିବାର ଦିନ ସରକାରୀ ଗସ୍ତରେ ଭିଏତ୍‌ନାମ୍‌ ଯାଇଥିବା ବାଇଡେନ୍‌ ସାମ୍ବାଦିକ ସମ୍ମିଳନୀରେ ଏ କଥା ପ୍ରକାଶ କରିଛନ୍ତି ।

ହାନୋଇରେ ସାମ୍ବାଦିକମାନଙ୍କୁ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, – ମାନବ ଅଧିକାର ପ୍ରତି ସମ୍ମାନର ଗୁରୁତ୍ବ, ସାମାଜିକ ସଙ୍ଗଠନଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ଓ ଅବାଧ ଗଣମାଧ୍ୟମ ଏବଂ ସୁଦୃଢ଼ ଓ ସମୃଦ୍ଧ ଦେଶ ଗଠନ ବିଷୟ ମୋଦୀଙ୍କ ଆଗରେ ଉଠାଇଛି। ଏହାଛଡ଼ା, ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ବି ସମ୍ପାଦନ କରିଛୁ।

ହେଲେ ବାଇଡେନ୍‌ଙ୍କର ଉପରୋକ୍ତ ଟିପ୍ପଣୀକୁ ଆଧାର କରି କଂଗ୍ରେସ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କୁ ସମାଲୋଚନା କରିଛନ୍ତି । ଦଳର ନେତା ଜୟରାମ ରମେଶ ‘ଏକ୍ସ’ କରି ଲେଖଛନ୍ତି: ‘ନା, ସାମ୍ବାଦିକ ସମ୍ମିଳନୀ କରିବି, ନା କରାଇ ଦେବି’ଏହାର କୌଣସି ପ୍ରଭାବ ରହିଲା ନାହିଁ। ଭାରତରେ ମୋଦୀଙ୍କୁ ମୁହେଁ ମୁହେଁ ଯାହା କହିଲେ, ଭିଏତ୍‌ନାମ୍‌ରେ ବାଇଡେନ୍‌ ସେ କଥା ସାମ୍ବାଦିକମାନଙ୍କୁ କହିଲେ।ଖବର ଅନୁଯାଇ ପୂର୍ବରୁ ରମେଶ ଅଭିଯୋଗ କରିଥିଲେ ଯେ, ଗଣମାଧ୍ୟମ ସହିତ ଆଲୋଚନା କରିବା ପାଇଁ ଦିଲ୍ଲୀରେ ବାଇଡେନ୍‌ ଟିମ୍‌କୁ ଅନୁମତି ମିଳି ନ ଥିଲା।

Show More

Related Articles

Back to top button