ସ୍ୱାସ୍ଥ୍ୟ

ଜାଣନ୍ତୁ ସ୍କ୍ରବ ଟାଇଫସର ଲକ୍ଷଣ

ସ୍କ୍ରବ୍ ଟାଇଫସ୍ ହେଉଛି ଏକ ପ୍ରକାର ରୋଗ। ଯାହା କୀଟ କାମୁଡ଼ିବା ଦ୍ୱାରା ହୋଇଥାଏ । ତେବେ ଏହାର ଲକ୍ଷଣ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ଏହା ଏକ ପ୍ରକାର ଟାଇଫସ୍ ଭୁତାଣୁ ଦ୍ୱାରା ହୋଇଥାଏ। ଯାହାର ନାମ ହେଉଛି “ଓରିଏଣ୍ଟିଆ ଟାଇଫସ୍” । ସ୍କ୍ରବ୍ ଟାଇଫସ୍ ସଂକ୍ରମିତ ଚିଗର୍ସ ପୋକ କାମୁଡ଼ିବା ଦ୍ୱାରା ଶରୀରରେ ପ୍ରବେଶ କରି ମଣିଷକୁ ଅସୁସ୍ଥ କରିଥାଏ। ସ୍କ୍ରବ୍ ଟାଇଫସ୍ ର ମୁଖ୍ୟ ଲକ୍ଷଣ ହେଉଛି ଉଚ୍ଚ ଜ୍ୱର ହେବା। ଯାହା ହଠାତ୍ ଆସେ ଓ ଦୀର୍ଘ ସମୟ ଧରି ରହିଥାଏ । ଏହାଛଡା ଅସହ୍ୟ ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ। ସ୍କ୍ରବ୍ ଟାଇଫସ୍ ଗଣ୍ଠି ଓ ମାଂସପେଶୀରେ ଯନ୍ତ୍ରଣା ଦେଇପାରେ ।କାଶ ଓ ଶ୍ୱାସକ୍ରିୟା ନେବାରେ ଅସୁବିଧା ହୋଇପାରେ । କେବଳ ଏଥିକି ନୁହେଁ ଏହି ରୋଗରେ ଚର୍ମ ସମସ୍ୟା ଦେଖାଦେଇପାରେ । ଶରୀରରେ ଘା ’ହେବାର ସମସ୍ୟା ଦେଖା ଦେଇପାରେ । ଯାହା ଫଳରେ ଆପଣ ଅତ୍ୟଧିକ କ୍ଲାନ୍ତ ଓ ଦୁର୍ବଳ ଅନୁଭବ କରିପାରନ୍ତି ।
ଯଦି ସ୍କ୍ରବ୍ ଟାଇଫସ୍ ଶୀଘ୍ର ଚିହ୍ନଟ ହୁଏ, ତେବେ ଏହାର ଚିକିତ୍ସା ସହଜ ହୋଇଯାଏ । ଆଣ୍ଟିବାୟୋଟିକ୍ ଏଥିପାଇଁ ବ୍ୟବହୃତ ହୁଏ, କିନ୍ତୁ ମନେରଖନ୍ତୁ ଯେ ଏହି ଔଷଧଗୁଡିକ କେବଳ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଗ୍ରହଣ କରାଯିବା ଉଚିତ୍ । ଯଦି ଆପଣ ଏହି ଲକ୍ଷଣଗୁଡିକ ମଧ୍ୟରୁ କିଛି ଦେଖୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ କଥା ହେବା ଉଚିତ୍ । ସଠିକ୍ ସମୟରେ ସ୍କ୍ରବ୍ ଟାଇଫସ୍ ଚିକିତ୍ସା କରିବା ଜରୁରୀ ଅଟେ ।ସ୍କ୍ରବ୍ ଟାଇଫସ୍ କୁ କିପରି ରୋକାଯାଇପାରିବ? ତେବେ ସିଡିସି ଅନୁଯାୟୀ ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କୌଣସି ଟିକା ଉପଲବ୍ଧ ନାହିଁ । କିନ୍ତୁ ସଂକ୍ରମିତ ଚିଗର୍ ଠାରୁ ଦୂରରେ ରହି ଆପଣ ଏହାକୁ ପ୍ରତିରୋଧ କରିପାରିବେ । ଯେଉଁ ସ୍ଥାନରେ ଏହି ସଂକ୍ରମିତ କୀଟ ଦେଖାଯାଉଛି, ସେହି ସ୍ଥାନକୁ ଯିବା ଠାରୁ ଦୂରେଇ ରୁହନ୍ତୁ ।

Show More

Related Articles

Back to top button