
ଆଗକୁ ଆସୁଛି ସଲମାନଙ୍କ ଖାନଙ୍କ ଅଭିନୀତ ଫିଲ୍ମ ‘ଟାଇଗର୍ ୩’ । ଏହି ଫିଲ୍ମରେ ସଲମାନଙ୍କ ଖାନଙ୍କ ସହ କ୍ୟାଟ୍ରିନା କୈଫ୍ ଏବଂ ଇମ୍ରାନ ହାସମୀ ଫିଲ୍ମରେ ଭିଲେନ୍ ଭୂମିକାରେ ନଜର ଆସିବେ। ଅଧିକାଂଶ ଫିଲ୍ମରେ ରୋମାଣ୍ଟିକ୍ ଭୂମିକାରେ ନଜର ଆସୁଥିବା ଇମ୍ରାନଙ୍କୁ ଏହି ଫିଲ୍ମରେ ନେଗେଟିଭ୍ ଭୂମିକାରେ ଇମ୍ରାନ ହାଶମୀଙ୍କୁ ଫ୍ୟାନ୍ସମାନେ ଦେଖିବାକୁ ପାଇବେ। ଫିଲ୍ମଟି ଚଳିତ ମାସ ୧୨ରେ ରିଲିଜ୍ ହେବ ବୋଲି ଜଣାପଡି଼ଛି। ତେବେ, ଆସନ୍ତୁ ଜାଣିବା ଏହି ଫିଲ୍ମରେ ଅଭିନୟ କରିବା ପାଇଁ କିଏ କେତେ କୋଟି ନେଇଛନ୍ତି।ସଲମାନ ଖାନ୍, ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ। ସେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ପାଖାପାଖି ୧୦୦ କୋଟି ନେଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ଫିଲ୍ମର ପ୍ରଥମ ଦୁଇଟି ଭାଗ ବକ୍ସବଷ୍ଟର ପ୍ରମାଣିତ ହୋଇଛି । ଭାଇଜାନଙ୍କ ‘ଏକଥା ଟାଇଗର’ (Tiger 3) ବକ୍ସ ଅଫିସରେ ୩୩୪ କୋଟିରୁ ଅଧିକ ବ୍ୟବସାୟ କରିଥିବା ବେଳେ ‘ଟାଇଗର ଜିନ୍ଦା ହେ’ ୫୭୦ କୋଟି ଟଙ୍କା ରୋଜଗାର କରିଥିଲା। ସେହିପରି ସଲମାନଙ୍କ ବିପକ୍ଷରେ ନାୟିକା ସାଜିଥିବା କ୍ୟାଟ୍ରିନା କୈଫ୍ ବି ଏଥିରେ ‘ଜୋୟୋ’ ଭୂମିକାରେ ନଜର ଆସିବେ। ସେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ପାଖାପାଖି ୨୦ କୋଟି ନେଇଥିବା ଜଣାପଡି଼ଛି। ଇମ୍ରାନ୍ ହାସମୀ, ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ସେ ଏହି ଫିଲ୍ମ ପାଇଁ ୮ କୋଟି ନେଇଛନ୍ତି। ସେ ଏଥିରେ ନେଗେଟିଭ୍ ରୋଲରେ ନଜର ଆସିବେ। ସେହିପରି ଆଶୁତୋଶ ରଣା ଏହି ଫିଲ୍ମରେ ଏକ ଗୁପ୍ତଚର ଭୂମିକାରେ ନଜର ଆସିବେ। ସେ ଏହି ଫିଲ୍ମ ପାଇଁ ପାଖାପାଖି ୬୦ କୋଟି ନେଇଛନ୍ତି। ରଣଭୀର ସୋରି ବି ଏହି ଫିଲ୍ମରେ RAW ଏଜେଣ୍ଟ ଭୂମିକାରେ ଅଭିନୟ କରିବେ। ଏଥିପାଇଁ ତାଙ୍କୁ ୫୦ ଲକ୍ଷ ମିଳିଛି । କ୍ୟାଟ୍ରିନାଙ୍କ ବ୍ୟତିତ ଏହି ଫିଲ୍ମରେ ଲେଡି ଆଟିଷ୍ଟ ଭାବେ ରିଦ୍ଧି ଡୋଗ୍ରାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ସେ ଏଥି ପାଇଁ ୩୦ ଲକ୍ଷ ଚାର୍ଜ କରିଛନ୍ତି। ଭିଶାଲ୍ ଜେଠଓ୍ବାଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ଏଥିପାଇଁ ସେ ୨୦ ଲକ୍ଷ ଟଙ୍କା ପାରିଶ୍ରମିକ ପାଇଛନ୍ତି।