ମନୋରଞନମନୋରଞ୍ଜନ

ଜାଣନ୍ତୁ କେଉଁ କେଉଁ ଚଳଚ୍ଚିତ୍ର ଆଗାମୀ ମାସରେ ରିଲିଜ ହେବାକୁ ଯାଉଛି

ଆଗକୁ ଶାରଦୀୟ ଦୁର୍ଗା ପୂଜା ଆସୁଛି।  ଆଉ ଏହି ଦୁର୍ଗାପୂଜାରେ ଦର୍ଶକଙ୍କୁ ମନୋରଞ୍ଜନର ଯୋଗାଇବା ବଲିଉଡର ଏହି ସାତୋଟି ଫିଲ୍ମ। ବଲିଉଡର  କିଛି ବଡ଼ ଓ ସ୍ୱଳ୍ପ ବଜେଟରେ ନିର୍ମିତ ଫିଲ୍ମ ଆସନ୍ତା ମାସରେ ରିଲିଜ୍ ହେବାକୁ ଯାଉଛି । ତେବେ, ଆସନ୍ତୁ ଜାଣିବା ଅକ୍ଟୋବର ମାସରେ କେଉଁ ସବୁ ବଲିଉଡ଼ ଫିଲ୍ମ ରିଲିଜ୍ ହେବାକୁ ଯାଉଛି ।

ଆସନ୍ତାମାସରେ ପରଦାକୁ ଆସିବାକୁ ଯାଉଛି ଏହି ସବୁ ଚଳଚ୍ଚିତ୍ର :

‘ଥ୍ୟାଙ୍କ୍ ୟୁ ଫର୍ କମିଙ୍ଗ୍’: ଆସନ୍ତା ମାସ ୬ ତାରିଖରେ ବଲିଉଡ୍ ମୁଭି ‘ଥ୍ୟାଙ୍କ୍ ୟୁ ଫର୍ କମିଙ୍ଗ୍’ ରିଲିଜ୍ ହେବାକୁ ଯାଉଛି। ଏହା ଏକ କମେଡି ଡ୍ରାମା ଉପରେ ଆଧାରିତ ଫିଲ୍ମ। ଲିଡ୍ ରୋଲରେ ଭୂମି ପାଣ୍ତେକର , ଡୋଲି ଆଲ୍ଲୁହାଲି ଓ ଶିବାନି ବେଦି ନଜର ଆସିବେ। ତେବେ, ଏହି ଫିଲ୍ମଟି ଦର୍ଶକଙ୍କ ଠାରୁ ଭଲ ରେସପନ୍ସ ପାଇବ ବୋଲି ଆଶା କରାଯାଇଛି।

‘ମିଶନ୍ ରାନିଗଞ୍ଜ’: ସେହିପରି ଅକ୍ଷୟ କୁମାର ଓ ପରିଣିତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘ମିଶନ୍ ରାନିଗଞ୍ଜ ‘ ମଧ୍ୟ ଅକ୍ଟୋବର ୬ରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ। ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଅନୁମାନ କରାଯାଉଛି।

‘ଭଗୱନ୍ତ କେଶରୀ ‘ : ସେହିପରି ‘ଭଗଓ୍ବାନ୍ତ କେଶରୀ ‘ ଏହା ଏକ ତେଲୁଗୁ ଫିଲ୍ମ। ଏହି ଫିଲ୍ମଟି ଆସନ୍ତା ମାସ ୧୯ ତାରିଖରେ ରିଲିଜ୍ ହେବ। ଏହି ମୁଭିଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ୍ ଯୋଗାଇବ।

‘ଲିଓ’: ସାଉଥ ସୁପରଷ୍ଟାର ଥାଲାପାଥି ବିଜୟଙ୍କଙ୍କ ଅଭିନୀତ ଫିଲ୍ମ ‘ଲିଓ’ ମଧ୍ୟ ଆସନ୍ତା ମାସରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମଟି ଅକ୍ଟୋବର ୧୯ରେ ରିଲିଜ୍ ହେବ। ତେବେ, ଏହି ଫିଲ୍ମ ପାଇଁ ବିଜୟ କେତେ କୋଟି କୋଟି ଟଙ୍କା ନେଉଥିବା ଚର୍ଚ୍ଚା ହେଇଛି ।

‘ଟାଇଗର ନାଗେଶ୍ୱରା ରାଓ’:  ସେହିପରି ଆସନ୍ତା ମାସ ୨୦ ତାରିଖରେ ତେଲୁଗୁ ଫିଲ୍ମ ‘ଟାଇଗର ନାଗେଶ୍ୱରା ରାଓ’ ପରଦାକୁ ଆସିବ।  ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରବି ତେଜା ନଜର ଆସିବେ।

‘ୟାରିୟାନ୍ ୨’ : ସେହିପରି  ‘ୟାରିୟାନ୍ ୨’  ମଧ୍ୟ ଆସନ୍ତା ମାସ ୨୦ ତାରିଖରେ ରିଲିଜ୍ ହେବାକୁ ଯାଉଛି । ତେବେ, ଏହା ଏକ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ।  ଏହି ଫିଲ୍ମର ପ୍ରଥମ ଭାଗ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ​​।

‘ଗଣପଥ’: ଟାଇଗର ଶ୍ରଫ ଏବଂ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଗଣପଥ’ ଆସନ୍ତାମାସ ୨୯ ତାରିଖରେ ରିଲିଜ୍ ହେବାକୁ ଯାଇଛି । ତେବେ, ଏହି ଦୁଇ ଜଣଙ୍କ କେମେଷ୍ଟ୍ରିକୁ ଦର୍ଶକ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ନିର୍ମାତା ।

Show More

Related Articles

Back to top button