Breaking PLUSଦେଶଶିକ୍ଷା

ଛାତ୍ରଛାତ୍ରୀଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ବଡ ଘୋଷଣା

ଦଶମ ଓ ଦ୍ବାଦଶ ଶ୍ରେଣୀରେ ଦୁଇ ଥର ବୋର୍ଡ ପରୀକ୍ଷା ପ୍ରସଙ୍ଗରେ ବଡ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଣିକି ବର୍ଷକୁ ଦୁଇ ଥର ପରୀକ୍ଷା ବାଧ୍ୟତାମୂଳକ ନୁହେଁ । ଏହା ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ‘୨ଟି ଯାକ ବୋର୍ଡ ପରୀକ୍ଷା ଦେବା ବାଧ୍ୟତାମୂଳକ ନୁହେଁ । କେବଳ ଛାତ୍ରଛାତ୍ରୀଙ୍କ ଉପରୁ ଚାପ କମାଇବା ପାଇଁ ଏ ବ୍ୟବସ୍ଥା । ଦୁଇଟି ଯାକ ପରୀକ୍ଷା ଦେବା ଓ ନମ୍ବର ବଢ଼ାଇବା ପିଲାଙ୍କ ଇଚ୍ଛାଧୀନ । ଗୋଟିଏ ସୁଯୋଗ ଯୋଗୁଁ ପିଲାଏ ଭୟ ଓ ଆଶଙ୍କାରେ ରହୁଥିଲେ। ଏବେ ସେମାନଙ୍କ ପାଇଁ ବିକଳ୍ପ ସୃଷ୍ଟି ହେବା ପରେ ଭୟ କମିବ’।କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ଦ୍ବାରା ଛାତ୍ରଛାତ୍ରୀ ଅଯଥା ଚାପର ବଶବର୍ତ୍ତୀ ହେଉଛନ୍ତି । ତେଣୁ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ତଥା ଚାପ କମାଇବା ପାଇଁ ଏହି ବ୍ୟବସ୍ଥା ହୋଇଛି । ତେଣୁ ଛାତ୍ରଛାତ୍ରୀମାନେ ଦୁଇଟି ଯାକ ପରୀକ୍ଷା ଦେବେ କି ନାହିଁ ତାହା ସେମାନଙ୍କ ଇଚ୍ଛାଧୀନ ହେବା ଉଚିତ । ଏହା ହେଲେ ଛାତ୍ରଛାତ୍ରୀମାନେ ଆଉ ଆଶଙ୍କାରେ ରହିବେନି କିମ୍ବା ଚାପର ବଶବର୍ତ୍ତୀ ହେବେନି । ସେମାନଙ୍କ ପାଖରେ ବିକଳ୍ପ ବି ରହିବ।

Show More

Related Articles

Back to top button