Breaking PLUSଓଡ଼ିଶାମୁଖ୍ୟ ଖବର

ଖୋର୍ଦ୍ଧାର ଜଙ୍କିଆ ଅଞ୍ଚଳରେ ଦନ୍ତା ହାତୀର ଉତ୍ପାତ

ଦନ୍ତାହାତୀ ଦିନରେ ଜଙ୍ଗଲରେ ରହୁଥିବାବେଳେ ରାତିରେ ଖାଦ୍ୟ ଅନ୍ଵେଷଣରେ ଜନବସତି ମୁହାଁ ହେଉଛନ୍ତି ଦନ୍ତାହାତୀ ।

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନଖଣ୍ଡ ଜଙ୍କିଆ ଅଞ୍ଚଳରେ ଦନ୍ତା ହାତୀର ଉତ୍ପାତ । ଜଙ୍କିଆ ମୁଣ୍ଡାଆମ୍ବ ମୌଜାରେ ଥିବା ଅକ୍ଷୟ ବଳିୟାରସିଂହଙ୍କ ଫାର୍ମ ହାଉସରେ ବିଳମ୍ବିତ ରାତିରେ ଦୁଇଟି ଦନ୍ତାହାତୀ ପଶି ଦଳି ଚକଟି ଫସଲ, ନଡିଆ ଗଛ, ପଣସ ଗଛ, ଆମ୍ବଗଛ ନଷ୍ଟ କରିଛନ୍ତି । ୨ରୁ ୩ ଦିନ  ହେବ ଦୁଇଟି ଦନ୍ତାହାତୀଟି ଜଙ୍ଗଲରୁ ପଳାଇ ଆସି ଗୋଳବାଇ, ଜଙ୍କିଆ, ଓଳସିଂହ ଓ ଗୋଡିପଡା ଗ୍ରାମପଞ୍ଚାୟତରେ ଥିବା ବିଭିନ୍ନ ଗାଁ ନିକଟ ଜଙ୍ଗଲରେ ଚଳ ପ୍ରଚଳ କରୁଛନ୍ତି । ଦନ୍ତାହାତୀ ଦିନରେ ଜଙ୍ଗଲରେ ରହୁଥିବାବେଳେ ରାତିରେ ଖାଦ୍ୟ ଅନ୍ଵେଷଣରେ ଜନବସତି ମୁହାଁ ହେଉଛନ୍ତି ଦନ୍ତାହାତୀ । ଫଳରେ ଜନସାଧାରଣ ନିଜକୁ ସୁରକ୍ଷିତ ମନେକରୁ ନାହାନ୍ତି । ଏହାସହ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବା ନେଇ ଦାବି କରିଛନ୍ତି ଗ୍ରାବାସୀ ।

Show More

Related Articles

Back to top button