Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଭୁବନେଶ୍ୱରରେ ଓଭରବ୍ରିଜ୍ ନିର୍ମାଣ ନିମନ୍ତେ ନୀତିନ ଗଡକରୀଙ୍କୁ ନିବେଦନ କରିଛନ୍ତି ଅପରାଜିତା ଷଡଙ୍ଗୀ

ରାଜଧାନୀ ଭୁବନେଶ୍ୱରରେ ୨ ଫୁଟ୍‌ ଓଭରବ୍ରିଜ୍‌ ଓ ଗୋଟିଏ ଫ୍ଲାଇ ଓଭର୍‌ ନିିର୍ମାଣ ହେବ ବୋଲି ମତ ଦେଇଛନ୍ତି ଅପରାଜିତା ଷଡଙ୍ଗୀ ।

ରାଜଧାନୀ ଭୁବନେଶ୍ୱରରେ ୨ ଫୁଟ୍‌ ଓଭରବ୍ରିଜ୍‌ ଓ ଗୋଟିଏ ଫ୍ଲାଇ ଓଭର୍‌ ନିିର୍ମାଣ ହେବ ବୋଲି ମତ ଦେଇଛନ୍ତି ଅପରାଜିତା ଷଡଙ୍ଗୀ । ଏନେଇ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ବୁଧବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। କସମୋ ପୋଲିସ ଛକରେ ଜାତୀୟ ରାଜପଥ ଉପରେ ଫ୍ଲାଇଓଭର ବ୍ରିଜ ନିର୍ମାଣ ହେବ। ସେହିଭଳି କ୍ରାଉନ ହୋଟେଲ ଓ ସତସଙ୍ଗ ବିହାରଠାରେ ୨ ଫୁଟ୍‌ ଓଭରବ୍ରିଜ ହେବ। କ୍ୟାପିଟାଲ ରିଜିଅନ ରିଂ ରୋଡ୍‌କୁ ମଧ୍ୟ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ୫୭୪୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି। । ପୂର୍ବରୁ ଉପରୋକ୍ତ ପ୍ରକଳ୍ପ ନିର୍ମାଣ କରିବା ଲାଗି ଅପରାଜିତା କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ନିବେଦନ କରିଥିଲେ। ତାଙ୍କ ନିବେଦନକୁ ରକ୍ଷା କରି କେନ୍ଦ୍ର ସରକାର ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

Show More

Related Articles

Back to top button