Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

କ୍ରମାଗତ ଦ୍ୱିତୀୟ ମ୍ୟାଚ ପରାଜୟ ପରେ, ରାଇନାଙ୍କୁ ଦଳକୁ ଫେରାଇ ଆଣିବା ନେଇ ଟ୍ୱିଟରରେ ଦାବି କରିଲେ ଫ୍ୟାନ୍

ଗତକାଲିର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ 44 ରନରେ ଅତି ସହଜରେ ପରାସ୍ତ କରିଦେଇଛି ଦିଲ୍ଲୀ କ୍ୟାପିଟାଲସ୍ ଦଳ । 4 ଥର ଚାମ୍ପିୟନ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବିଜୟ ସହ ଟୁର୍ନାମେଣ୍ଟ ଆରମ୍ଭ କରିଥିବା ଚେନ୍ନାଇ ଦଳ କ୍ରମାଗତ ଦୁଇଟି ମ୍ୟାଚରେ ପରାଜୟ ଲାଭ କରିଛି । ଗତକାଲି ମ୍ୟାଚରେ ଚେନ୍ନାଇ ଦଳର ବ୍ୟାଟିଂ ବିଭାଗ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି

ଗତକାଲିର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ 44 ରନରେ ଅତି ସହଜରେ ପରାସ୍ତ କରିଦେଇଛି ଦିଲ୍ଲୀ କ୍ୟାପିଟାଲସ୍ ଦଳ । 4 ଥର ଚାମ୍ପିୟନ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବିଜୟ ସହ ଟୁର୍ନାମେଣ୍ଟ ଆରମ୍ଭ କରିଥିବା ଚେନ୍ନାଇ ଦଳ କ୍ରମାଗତ ଦୁଇଟି ମ୍ୟାଚରେ ପରାଜୟ ଲାଭ କରିଛି । ଗତକାଲି ମ୍ୟାଚରେ ଚେନ୍ନାଇ ଦଳର ବ୍ୟାଟିଂ ବିଭାଗ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା 176 ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଚେନ୍ନାଇ ଦଳ ମାତ୍ର 131 ରନ୍‌ ହିଁ ସ୍କୋର କରିପାରିଥିଲା ।

ଚେନ୍ନାଇ ଦଳର ଏଭଳି ବ୍ୟାଟିଂ ବିଫଳତା ଏବଂ ଲଗାତାର ଦୁଇଟି ମ୍ୟାଚରେ ପରାଜୟ ପରେ ଏବେ ପ୍ରଶଂସକମାନେ ସୁରେଶ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଟ୍ୱିଟରରେ ଦାବି କରିବା ଆରମ୍ଭ କରିଦେଇଛନ୍ତି । ଆଇପିଏଲ ଆରମ୍ଭ ହେବା ପୂର୍ବରୁ ସୁରେଶ ରାଇନା ଭାରତ ଫେରି ଆସିଥିଲେ । ଏହା ପରେ ସେ ଏହାକୁ ପାରିବାରିକ କାରଣ ବୋଲି କହିଥିଲେ | ରାଇନା 2008 ମସିହାରୁ ଚେନ୍ନାଇ ଦଳର ପ୍ରମୁଖ ଖେଳାଳି ଭାବେ ରହିଆସିଛନ୍ତି ତିନିଥର ଚାମ୍ପିଅନ୍ ହୋଇଥିବା ଚେନ୍ନାଇ ଦଳରୁ ସେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ମଧ୍ୟ | ତେବେ ଚଳିତ ଆଇପିଏଲରେ କ୍ରମାଗତ ଦ୍ୱିତୀୟ ପରାଜୟ ପରେ ଚେନ୍ନାଇ ପ୍ରଶଂସକ ମାନେ ଟ୍ୱିଟରରେ କମ୍ ବ୍ୟାକ୍ ରାଇନା ଲେଖି ରାଇନାଙ୍କୁ ତୁରନ୍ତ ଦଳକୁ ଫେରି ଆସିବା ନେଇ ଅନୁରୋଧ କରିଛନ୍ତି । ତେବେ ଏ ନେଇ ରାଇନା କି ଚେନ୍ନାଇ ଦଳ ପକ୍ଷରୁ କୌଣସି ବିବୃତି ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିନି ।

Show More

Related Articles

Back to top button