Breaking PLUSଓଡ଼ିଶାମୁଖ୍ୟ ଖବର

କାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର- ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇପାରିବ। ନାମାଙ୍କନ ପତ୍ର ଯାଞ୍ଚ କାର୍ଯ୍ୟ ନିମନ୍ତେ ଏପ୍ରିଲ ୨୬ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଏପ୍ରିଲ ୨୭ ତାରିଖ ସମୟ ଧାର୍ଯ୍ୟ କରାଯାଇଛି। ଏହି ପର୍ଯ୍ୟାୟ ପାଇଁ ଆସନ୍ତା ୧୩ ତାରିଖରେ ମତଦାନ ହେବ। ଏହି ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ସମେତ ୨୮ଟି ବିଧାନସଭା ଆସନ ନିମନ୍ତେ ନିର୍ବାଚନ ହେବ। ଲୋକସଭା ଆସନଗୁଡିକ ହେଉଛି କଳାହାଣ୍ଡି (୧୧), ନବରଙ୍ଗପୁର (୧୨), ବ୍ରହ୍ମପୁର (୨୦) ଓ କୋରାପୁଟ (୨୧)।
ସେହି ଆସନଗୁଡିକ ହେଉଛି, ୭୧-ନୂଆପଡା, ୭୨-ଖରିଆର, ୭୩-ଉମରକୋଟ, ୭୪-ଝରୀଗାଁ, ୭୫-ନବରଙ୍ଗପୁର, ୭୬-ଡାବୁଗାଁ, ୭୭-ଲାଞ୍ଜିଗଡ଼, ୭୮-ଜୁନାଗଡ଼, ୭୯-ଧର୍ମଗଡ଼, ୮୦-ଭବାନୀପାଟଣା, ୮୧-ନର୍ଲା, ୧୨୭-ଛତ୍ରପୁର, ୧୩୨-ଗୋପାଳପୁର, ୧୩୩-ବ୍ରହ୍ମପୁର, ୧୩୪-ଦିଗପହଣ୍ଡି, ୧୩୫-ଚିକିଟି, ୧୩୬-ମୋହନା, ୧୩୭-ପାରଳାଖେମୁଣ୍ଡି, ୧୩୮-ଗୁଣୁପୁର, ୧୩୯-ବିଶ୍ୱସଂ କଟକ, ୧୪୦-ରାୟଗଡା, ୧୪୧-ଲକ୍ଷ୍ମୀପୁର, ୧୪୨-କୋଟପାଡ଼, ୧୪୩-ଜୟପୁର, ୧୪୪-କୋରାପୁଟ, ୧୪୫-ପଟ୍ଟାଙ୍ଗି, ୧୪୬-ମାଲକାନଗିରି ଓ ୧୪୭-ଚିତ୍ରକୋଣ୍ଡା।

Show More

Related Articles

Leave a Reply

Your email address will not be published. Required fields are marked *

Back to top button