Breaking PLUSଅପରାଧଦେଶଦେଶ ବିଦେଶମୁଖ୍ୟ ଖବର

କାନାଡାରେ ପଞ୍ଜାବ ଗ୍ୟାଙ୍ଗଷ୍ଟର ସୁଖା ଡୁନେକେକୁ ହତ୍ୟା

ରାତିରେ କାନାଡାର ମୋଗା ଜିଲ୍ଲାର ଦାବିନ୍ଦର ବମ୍ବିହା ଗ୍ୟାଙ୍ଗର ସୁଖଦୁଲ ସିଂ ଓରଫ୍ ସୁଖା ଡୁନେକେକୁ ଗତ ବୁଧବାରରେ ହତ୍ୟା କରାଯାଇଛି । ଏହି ଘଟଣା ଜୁନ୍ ୧୯ ରେ ହୋଇଥିବା ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ସହିତ ସମାନ । ଆକ୍ରମଣକାରୀମାନେ ସୁଖା ଉପରେ  ୧୫ ଟି ଗୁଳି ଚଳାଇଥିଲେ । ସୂଚନା ଅନୁଯାୟୀ, ନକଲି ଡକ୍ୟୁମେଣ୍ଟ ସାହାଯ୍ୟରେ ଡୁନେକେ ୨୦୧୭ ରେ ଭାରତରୁ କାନାଡାକୁ ପଳାଇଥିଲା । ସୁଖଦୁଲ ସିଂ ବିରୋଧରେ ୭ଟି ଅପରାଧିକ ମାମଲା ରୁଜୁ ହୋଇଥିଲା। ତେବେ ଖବର ଅନୁଯାଇ ପଞ୍ଜାବ ଅଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳରୁ ଅତି କମରେ ୨୯ ଜଣ ଗ୍ୟାଙ୍ଗଷ୍ଟର ଅଛନ୍ତି। ଯେଉଁମାନେ ଏହି ଆଇନରୁ ବଞ୍ଚିବା ପାଇଁ ଭାରତ ବାହାରେ ଆଶ୍ରୟ ନେଉଛନ୍ତି । ସେମାନେ ଭାରତୀୟ ପାସପୋର୍ଟରେ କିମ୍ବା ନକଲି ଯାତ୍ରା ଡକ୍ୟୁମେଣ୍ଟ ସାହାଯ୍ୟରେ ବହୁ ବର୍ଷ ପୂର୍ବେ ନେପାଳ ଦେଇ ଭାରତ ଛାଡି ଅନ୍ୟ ଦେଶକୁ ଯାଇଥିଲେ । ତେବେ ଗତକାଲି ଅର୍ଶ ଡଲ୍ଲା ଗ୍ୟାଙ୍ଗ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଥିଲା ।

ସୁଖଦୁଲ ସିଂ ଡୁନେକେ ବହୁଚର୍ଚ୍ଚିତ ଅର୍ଶ ଡଲ୍ଲା ଗ୍ୟାଙ୍ଗ ସହିତ ଜଡିତ ଥିଲା । ଟାର୍ଗେଟ ହତ୍ୟା ପାଇଁ ସୁଖଦୁଲ ସିଂ ଡୁନେକେ ଜଣାଶୁଣା । ଖାଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରି ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଗତକାଲି ଅର୍ଥାତ୍ ବୁଧବାର (ସେପ୍ଟେମ୍ବର ୨୦) ଅର୍ଶ ଡଲ୍ଲା ଗ୍ୟାଙ୍ଗ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା । ତେବେ ଡୁନେକେ ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ରାଜସ୍ଥାନର ଦବିନ୍ଦର ବମ୍ବିହା ଗ୍ୟାଙ୍ଗକୁ ସମର୍ଥନ ଏବଂ ଆର୍ଥିକ ସହାୟତା ଯୋଗାଇ ଦେଉଥିଲା । ରିପୋର୍ଟ ଅନୁଯାୟୀ, ଦୁନିକେ ମଧ୍ୟ ଖାଲିସ୍ତାନୀ ସମର୍ଥକ ସଂଗଠନ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ।

Show More

Related Articles

Back to top button