ପାଣିପାଗ

ଏଥର ବର୍ଷାରେ ଭିଜିବ ଦଶହରା

ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଅସହ୍ୟ ଗରମ ସାଙ୍ଗକୁ ତାତିରେ ଗୁଳୁଗୁଳି ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ । ସକାଳ ୯ଟାରୁ ଅପରାହ୍ନ ୨ଟା ମଧ୍ୟରେ ତାପମାତ୍ରା ଅଧିକ ରହୁଥିବାରୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନ ଜୀବନ । ତେବେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଉପରେ ତାପମାତ୍ରା ରହିବ । ଏହାପରେ ପାଗ ବଦଳିବା ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।ସୂଚନା ଅନୁସାରେ ଚଳିତ ବର୍ଷ ଦଶହରାକୁ ଫିକା କରିପାରେ ବର୍ଷା । ଏକ ଲଘୁଚାପ ଦଶହରା ବେଳକୁ ଓଡ଼ିଶା ଉପକୂଳକୁ ଆସିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଯାହା ପ୍ରଭାବରେ ଅକ୍ଟୋବର ୨୩ରୁ ୨୬ ତାରିଖ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ୱିଣ୍ଡି ଡଟକମରେ ଜିଏଫଏସ୍ ମଡେଲର ଆକଳନ ଅନୁଯାୟୀ, ଆସନ୍ତା ରବିବାର ଦିନ ରାତି ୧୦ଟା ସୁଦ୍ଧା ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଏହା ଓଡ଼ିଶା ମୁହାଁ ହେବା ସହ ଅକ୍ଟୋବର ୨୪ ତାରିଖ ବେଳକୁ ଓଡ଼ିଶା ଉପକୂଳରେ ରହିପାରେ । ଏହାପରେ ଗୋପାଳପୁର ଓ ଚିଲିକା ମଝିରେ ସ୍ଥଳଭାଗ ଛୁଇଁପାରେ । ଏହାର ପ୍ରଭାବରେ ୨୩ରୁ ୨୬ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି ।ସେହିପରି ଟ୍ରପିକାଲ ଟିଡଟିକ୍ସ ଡଟକମର ଉପସ୍ଥାପିତ ଜିଏଫଏସ୍ ଆକଳନ ଅନୁଯାୟୀ,  ସମ୍ଭାବ୍ୟ ଲଘୁଚାପ ଅଧିନ ଘନୀଭୂତ ହୋଇ ବାଂଲାଦେଶ ଆଡକୁ ମୁହାଁଇପାରେ । ସେପଟେ କୃଷି ପାଣିପାଗ ବିଶାରଦ ଡଃ ପଶୁପାଳକ କହିଛନ୍ତି, ଚଳିତ ବର୍ଷ ଶୀତ ବିଳମ୍ବରେ ଆସି ଶୀଘ୍ର ପଳାଇବ । କାରଣ ଏଲ-ନିନୋ ପ୍ରଭାବ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଛି ।

Show More

Related Articles

Back to top button