ଓଡ଼ିଶା

ଏଥର ଗୃହପାଳିତ ପଶୁଙ୍କ ପାଇଁ ବଢିବା ଆମ୍ବୁଲାନ୍ସ ସଂଖ୍ୟା

ଏଣିକି ଗ୍ରାମାଞ୍ଚଳ-ସହରାଞ୍ଚଳରେ ଚାଲିବ ପ୍ରାଣୀ ଆମ୍ବୁଲାନ୍ସ ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗୃହପାଳିତ ପଶୁଙ୍କ ପାଇଁ ଜାରି ହୋଇଛି ଟୋଲ ଫ୍ରି ନମ୍ୱର୍। । ବର୍ତ୍ତମାନ ପର୍ଯ୍ୟନ୍ତ ୧୮୧ଟି ଆମ୍ବୁଲାନ୍ସ ଚାଲୁଥିବା ବେଳେ ଆଗକୁ ଆହୁରି ଏହାର ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି। ଏବେ ୩୧୪ ବ୍ଲକରେ ଚାଲିଛି ଆମ୍ବୁଲାନ୍ସ। କେବଳ ଏତିକି ନୁହେଁ ପାରମ୍ପରିକ ଗୋଶାଳାକୁ ଅଧିକ ଉନ୍ନତ କରିବା ପାଇଁ ବିଭିନ୍ନ ଜ୍ଞାନ କୌଶଳର ବ୍ୟବହାର ହେବ । ନୂଆ ଗୋଶାଳାକୁ ପଞ୍ଜୀକୃତ କରାଯିବ। ଉତ୍ପାଦିତ ଗୋବରକୁ ‘ମୋ ଖତ ଯୋଜନା’ରେ କୃଷି ବିଭାଗର ବ୍ୟବହାର ପାଇଁ ଦିଆଯିବ। ଆଗରୁ ବଜେଟରେ ୫ କୋଟି ଥିଲା ଆଉ ଏବେ ବଜେଟ ରେ ୧୦ କୋଟିକୁ ଏହାର ବୃଦ୍ଧି କରାଯାଇଛି। ଏହାକୁ ନେଇ ଗାଁ ଗାଁରେ ପ୍ରଚାର କରାଯିବ। ରାଜ୍ୟର ବହୁ ଗୋଶାଳା ମାଲିକଙ୍କ ସହ ଆଲୋଚନା ହୋଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କୃଷି ଓ କୃଷକ କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।

Show More

Related Articles

Back to top button