
ଭୁବନେଶ୍ୱର: କରେନାର ତୃତୀୟ ଲହର ହ୍ରାସ ପାଇବା ପରେ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଫେବ୍ରୁଆରି ୭ ତାରିଖରୁ ରାଜ୍ୟର ସମସ୍ତ ହାଇସ୍କୁଲ୍, କଲେଜ ଏବଂ ବିଶ୍ଵବିଦ୍ୟାଳୟ ଖୋଲିବ ଏବଂ ତା’ ପୂର୍ବରୁ ୬ ତାରିଖରୁ ସମସ୍ତ ହଷ୍ଟେଲ ଖୋଲାଯିବ। ଏ ବିଷୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଏବଂ ବିଶ୍ଵବିଦ୍ୟାଳୟକୁ ଚିଠିଲେଖି ଅବଗତ କରାଯାଇଛି। କୋଭିଡ କଟକଣା ଯୋଗୁଁ ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ଵବିଦ୍ୟାଳୟ ବନ୍ଦ ରହିବା ସହ ହେଷ୍ଟଲ ଗୁଡ଼ିକରେ ତାଲା ଝୁଲୁଥିଲା। ବର୍ତ୍ତମାନ କରୋନାର ତୃତୀୟ ଲହର ଶେଷ ହୋଇଆସୁଥିବାବେଳେ ସରକାର ସମସ୍ତ ସ୍କୁଲ କଲେଜ ଏବଂ ବିଶ୍ଵବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅବଗତ କରିଛନ୍ତି ଯେ, ଗତ ଏକ ମାସ ମଧ୍ୟରେ ରାଜ୍ୟରେ କରୋନାର ତୃତୀୟ ଲହରର ପ୍ରକୋପ ହ୍ରାସ ପାଇଛି । ଆସନ୍ତା ୭ ତାରିଖରୁ ରାଜ୍ୟର ଅଷ୍ଟମରୁ ଊର୍ଦ୍ଧ୍ୱ ଶ୍ରେଣୀ,କଲେଜ,ବିଶ୍ୱବିଦ୍ୟାଳୟ ଓ ଟ୍ରେନିଂ ସେଣ୍ଟର ଆଦି ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ ।