ଓଡ଼ିଶାପୂଜା ପାର୍ବଣ

କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହୋଇଛି ମା’ସରସ୍ୱତୀଙ୍କ ପୂଜା

ଆଜି ପବିତ୍ର ସରସ୍ୱତୀ ପୂଜା । କୋଭିଡ୍ କଟକଣା ଭିତରେ କେବଳ ସ୍କୁଲ୍, କଲେଜ୍ ମାନଙ୍କରେ ମା'ଙ୍କ ପୂଜାକୁ ଅନୁମତି ମିଳିଛି । ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ମା'ଙ୍କ ପୂଜାକୁ ନେଇ ବେଶ୍ ଖୁସି ଅଛନ୍ତି ।

ଭୁବନେଶ୍ୱର : ଆଜି ପବିତ୍ର ସରସ୍ୱତୀ ପୂଜା । କୋଭିଡ୍ କଟକଣା ଭିତରେ କେବଳ ସ୍କୁଲ୍, କଲେଜ୍ ମାନଙ୍କରେ ମା’ଙ୍କ ପୂଜାକୁ ଅନୁମତି ମିଳିଛି । ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ମା’ଙ୍କ ପୂଜାକୁ ନେଇ ବେଶ୍ ଖୁସି ଅଛନ୍ତି । କମ୍ ପିଲାଙ୍କୁ ନେଇ ପୂଜା ଆୟୋଜିତ ହୋଇଛି । ଅନ୍ୟ ପକ୍ଷରେ କୌଣସି ଅନୁଷ୍ଠାନ କିମ୍ୱା କ୍ଲବ୍ ରେ ମା’ଙ୍କ ପୂଜା କରିବାକୁ ବାରଣ କରାଯାଇଛି । ଜ୍ଞାନଦାତ୍ରୀ ମା’ ସରସ୍ୱତୀଙ୍କ ଆରାଧନା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ସେଭଳି ଖୁସି ଦେଖିବାକୁ ମିଳୁନାହିଁ । କୋଭିଡ୍‌ କଟକଣା ଭିତରେ ସ୍କୁଲ କଲେଜରେ ସୀମିତ ସଂଖ୍ୟକ ପିଲାଙ୍କୁ ନେଇ ମା’ ସରସ୍ୱତୀଙ୍କ ପୂଜା କରାଯାଉଛି । ଶିକ୍ଷାନୁଷ୍ଠାନ ବନ୍ଦ ଥିଲେ ବି କେବଳ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦେଇଛନ୍ତି ସରକାର । ଶ୍ରଦ୍ଧାଳୁମାନେ ନିଜ ଘରେ ମା’ ସରସ୍ୱତୀଙ୍କ ପୂଜା କରିଛନ୍ତି । ଚଳିତବର୍ଷ କୋଭିଡ୍‌ ପାଇଁ ମା’ସରସ୍ୱତୀଙ୍କ ପୂଜା ଫିକା ପଡ଼ିଛି ।

Show More

Related Articles

Back to top button