ସ୍ୱତନ୍ତ୍ର

ଆଜି ବିଶ୍ୱ ଏଡ୍ସ୍ ଦିବସ

ପ୍ରତି ବର୍ଷ ଡ଼ିସେମ୍ବର ୧ରେ ବିଶ୍ୱ ଏଡ୍ସ୍ ଦିବସ ଭାବେ ପାଳନ କରାଯାଏ । ଏକ୍ୱାୟର୍ଡ଼ ଇମ୍ୟୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ(ଏଡ୍ସ୍‌) ବିଷୟରେ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଏହି ଦିବସ ପାଳନ କରାଯାଏ । ୧୯୮୮ ମସିହା ଡ଼ିସେମ୍ବର ୧ ରେ ପ୍ରଥମ ଥର ପାଇଁ ବିଶ୍ୟ ଏଡ୍ସ ଦିବସ ପାଳନ କରାଯାଇଥିଲା । ସମାଜରେ ଏଡ୍ସ୍ ରୋଗୀଙ୍କୁ ଘୃଣ୍ୟ ଦୃଷ୍ଟିରେ ଦେଖାଯାଏ । ସମାଜର ଏହି ମାନସିକତା କାରଣରୁ ଏଡ୍ସ ରୋଗୀର ଜୀବନ କଷ୍ଟକର ହୋଇପଡ଼େ । ଆଜି ମଧ୍ୟ ଲୋକମାନେ ଖୋଲାଖୋଲି ଭାବେ ଏଡ୍ସ ବିଷୟରେ କଥା ହେବାକୁ ଲାଜ କରନ୍ତି । ପ୍ରତି ବର୍ଷ ଏଡ୍ସ୍ ବିଷୟରେ ଭ୍ରାନ୍ତ ଧାରଣା ଓ ସଚେତନତା ଅଭାବବୁ ଅନେକ ଲୋକଙ୍କ ଅକାଳରେ ମୃତ୍ୟୁ ହୋଇଥାଏ । ପ୍ରତ୍ୟେକ ବର୍ଷ କିଛି ନା କିଛି ଥିମ୍ କୁ ନେଇ ଏଡ୍ସ ଦିବସ ପାଳନ କରାଯାଏ। ତେବେ ଚଳିତ ବର୍ଷ ବିଶ୍ୱ ଏଡ୍ସ୍ ଦିବସର ଥୀମ୍ ହେଉଛି –‘ଲେଟ୍ କମୁୁ୍ୟନିଟିସ୍ ଲିଡ଼୍‌’(Let Communities Lead) । ହ୍ୟୁମାନ୍ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ(ଏଚ୍‌ଆଇଭି) ଦ୍ୱାରା ଜଣେ ବ୍ୟକ୍ତିକୁ ଏଚ୍‌ଆଇଭି ଏଡ୍ସ୍ ହୋଇଥାଏ । ଏହା ସଂକ୍ରମିିତ ବ୍ୟକ୍ତିର ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ କରିଦିଏ । ଏହି ସଂକ୍ରମଣରେ ଭାଇରସ ୩ଟି ପର୍ଯ୍ୟାୟ ଦେଇ ଗତି କରିଥାଏ । ପ୍ରଥମେ ଏକ୍ୟୁଟ୍ ଏଚ୍‌ଆଇଭି ଇନ୍‌ଫେକସନ, ଦ୍ୱିତୀୟରେ କ୍ରୋନିକ୍ ଏଚ୍‌ଆଇଭି ଇନ୍‌ଫେକସନ୍ ଏବଂ ତୃତୀୟରେ ଯଦି ଏହାର ଚିକିତ୍ସାରେ ବିଳମ୍ବ ହୁଏ ଏକ୍ୱାୟର୍ଡ଼ ଏଚ୍‌ଆଇଭି ସଂକ୍ରମଣ ହୋଇଥାଏ । ଏହି ଚରଣରେ ବ୍ୟକ୍ତିର ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇଥାଏ । ପ୍ରଥମରୁ ଏଚ୍‌ଆଇଭିର ଲକ୍ଷଣ ଚିହ୍ନଟ ହେଲେ ଚିକିତ୍ସା ସହଜରେ କରାଯାଇପାରିବ ।

Show More

Related Articles

Back to top button